ସମ୍ବଲପୁର, ୦୭/୦୭ : ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ଅଧିକ, ନିଷ୍କାସନ କମ୍। ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରରେ ଜଳଭଣ୍ଡାରକୁ ୨ ଲକ୍ଷ ୮୯ ହଜାର ୯୪୩ କ୍ଯୁସେକ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୫୨୮ କ୍ଯୁସେକ ପାଣି ଛଡାଯାଉଛି। ୨୦ଟି ଗେଟ୍ ଦେଇ ବନ୍ଯାଜଳ ନିଷ୍କାସନ ଜାରି ରହିଛି। ସେପଟେ ଜଳସ୍ତର ବୃଦ୍ଧି ପାଇ ୬୦୯.୮୧ ଫୁଟରେ ପହଞ୍ଚିଛି। ଇନଫ୍ଲୋଠାରୁ ଆଉଟଫ୍ଲୋ କମ୍ ଥିବାରୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ ରହିବା କଥା।
ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ରବିବାର ଛଡ଼ାଯାଇଛି। ମହାନଦୀ ସାମାନ୍ୟ ଫୁଲିବାର ସମ୍ଭାବନା ରହିଛି। ହେଲେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ତଳିଆ ଅଞ୍ଚଳରେ ନଦୀ ଭିତରକୁ କେହି ନଯିବାକୁ ବାରଣ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଉଛି। ଗାଁ ଗାଁରେ ପ୍ରଚାର ଗାଡ଼ି ବୁଲି ଲୋକଙ୍କୁ ସଚେତନ କରୁଛି।