ନୂଆଦିଲ୍ଲୀ – କମ୍ୱୋଡିଆରେ ବିଭିନ୍ନ ପ୍ରକାରର ଗୁମ୍ଫା ରହିଛି, ଯାହାକୁ ପ୍ରଥମେ ଦେଖିଲେ ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରେ। ଏହି ସବୁ ଗୁମ୍ଫା ଗୁଡି଼କରେ ଅଗଣିତ ପ୍ରଜାତି ସବୁ ରୁହନ୍ତି। କିଛି ତ ଏମିତି ଜୀବ ନିକଟବର୍ତ୍ତୀ ସମୟରେ ଦେଖିବାକୁ ମିଳିଛି ,ଯିଏ ଦୁନିଆର ଆଉ କୌଣସି ସ୍ଥାନରେ ରୁହନ୍ତି ନାହିଁ। ଏକ ସର୍ଭେରେ ଖୁଲାସା ହୋଇଛି ଯେ, ବଟ୍ଟମବାଙ୍ଗର ଉତ୍ତର ପଶ୍ଚିମ ପ୍ରାନ୍ତରେ ଥିବା ଗୁମ୍ଫା ଗୁଡ଼ିକରେ ଆଶ୍ଚର୍ଯ୍ୟକର ପ୍ରଜାତି ସବୁ ରହୁଛନ୍ତି। ଏଥିରେ ଉଡ଼ୁଥିବା ସାପ , ବହୁତ ଛୋଟ ଛୋଟ ଶାମୁକା ଓ ମିଲିପେଡିସ୍ ସବୁ ଅନ୍ତର୍ଭୁକ୍ତ ଅଛନ୍ତି।
ଏହା ବ୍ୟତୀତ ଫିରୋଜ କଲରର ପିଟ୍ ଭାଇପର ସାପ ମଧ୍ୟ ମିଳିଛି। ବାୟୁରେ ଉଡ଼ୁଥିବା ସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଏକ ଏମିତି ପ୍ରଜାତିର , ଯିଏ ଗଛରେ ଚଢିବା ପାଇଁ ନିଜ ଶରୀରକୁ ଚେପେଟା କରି ଉଡ଼ି ଉଡ଼ି ଆଗକୁ ଯାଏ। ସେ ମାଟିକୁ ନଓହ୍ଲାଇ ମଧ୍ୟ ରାସ୍ତା କଭର କରି ନିଏ।
ସିଏନଏନର ରିପୋର୍ଟ ଅନୁସାରେ , ଏହି ସର୍ଭେ ନଭେମ୍ୱର ୨୦୨୩ରୁ ଜୁଲାଇ ,୨୦୨୫ ମଧ୍ୟରେ ୧୦ଟି ପାହାଡ଼ ସ୍ଥିତି ୬୪ ଟି ଗୁମ୍ଫାରେ କରାଯାଇ ଥିଲା। କିଛି ଦିନ ପୂର୍ବରୁ ଏହାର ରିପୋର୍ଟ ପବ୍ଲିସ୍ ହୋଇଥିଲା।ବିଶେଷଜ୍ଞ ମାନେ ସେହି ସାପ ଗୁଡ଼ିକୁ ଚିହ୍ନଟ କରିବାରେ ଲାଗିଛନ୍ତି। କମ୍ୱୋଡିଆର ପଥୁରିଆ କାର୍ଷ୍ଟ ଭୂ-ଭାଗରେ ଥିବା ସବୁ ପାହାଡ଼ିଆ ଓ ଗୁମ୍ଫା ପରସ୍ପର ଠାରୁ ଅଲଗା।
ବ୍ରିଟେନ ସ୍ଥିତ ସଂରକ୍ଷଣ ସଂସ୍ଖା ଫ୍ଲୋରା ଆଣ୍ଡ ଫୋନା ଅନୁସାରେ , ଯିଏ କମ୍ୱୋଡିଆର ପରିବେଶ ମନ୍ତ୍ରଣାଳୟ ଓ ଆଞ୍ଚଳିକ ବିଶେଷଜ୍ଞ ଙ୍କ ସହ ମିଶି ଏହି ସର୍ଭେକ୍ଷଣ କରିଥିଲେ।ଏଥିରୁ ପ୍ରତି ସ୍ଥାନ ବିକାଶର ପ୍ରକ୍ରିୟା ପାଇଁ ଏକ ଅଲଗା ଦ୍ୱୀପ-ପ୍ରୟୋଗଶାଳା ପରି କାମ କରେ । ଏହି ସହୁ ସ୍ଥାନରେ ଜୀବନର ଏମିତି ଅଗଣିତ ନିଆରା ରୂପ ଉପସ୍ଥିତ ଅଛି, ଯିଏକି ନିଜର ବିଶିଷ୍ଟ ଓ ସୀମିତ ପରିବେଶ ଅନୁସାରେ ନିଜକୁ ଖାପ ଖୁଆଇ ଦେଇଛି।