ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜାନୁଆରୀ ସୁଦ୍ଧା ସରିବ ହଂସପାଳ ଫ୍ଲାଏଓଭର କାମ, ସୂଚନା ଦେଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

Published By : Prameya | December 14, 2024 2:20 PM

ଭୁବନେଶ୍ୱର,୧୪/୧୨: ହଂସପାଳ  ଛକରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟ ୨୦୨୫  ଜାନୁଆରୀ ସୁଦ୍ଧା ଶେଷ ହେବ । ଏଭଳି ଲକ୍ଷ୍ୟ ରଖିଛି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) । 

କଟକ-ଭୁବନେଶ୍ୱରକୁ ସଂଯୋଗ କରିଥିବା  ୧୬ ନମ୍ବର ଜାତୀୟ ରାଜପଥର ହଂସପାଳଠାରେ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ  ସସ୍ମିତ ପାତ୍ର । ଏହାର ଉତ୍ତରରେ କେନ୍ଦ୍ର ସଡ଼କ  ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା  ଦେଇଛନ୍ତି, କୋଭିଡ ମହାମାରୀ ଓ ପରବର୍ତ୍ତୀ  ସମୟରେ କିଛି ଘର ସ୍ଥାନାନ୍ତର ଏବଂ ଠିକା ସଂସ୍ଥା  ଯୋଗୁ ଏହି ପ୍ରକଳ୍ପ କାମ ବିଳମ୍ବ ହୋଇଥିଲା । କାମ  ଠିକ୍‌ ଭାବେ ନ କରିବାରୁ ଗତ ଜୁନ୍‌ରେ ପୂର୍ବ ଠିକା  ସଂସ୍ଥାକୁ ବିଦା କରି ଆଉ ଥରେ ଟେଣ୍ଡର ଆହ୍ୱାନ କରି  ନୂଆ ସଂସ୍ଥାକୁ ନିୟୋଜିତ କରାଯାଇଛି । ବକେୟା କାମ  ୨୦୨୫ ଜାନୁଆରୀ ସୁଦ୍ଧା ସରିବ ବୋଲି ଆଶା ରହିଛି । 

ହଂସପାଳ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ  ହେଉଥିବା ବେଳେ ଏଥିରୁ ଗୋଟିଏ ଫାଳ ଖୋଲିଛି ।  କଟକ ପଟୁ ଆସୁଥିବା ଯାନବାହନ ହଂସପାଳରୁ  ଫ୍ଲାଏଓଭର ଚଢ଼ି ସିଧା କୁଆଖାଇ ବ୍ରିଜ୍‌ ଉପରେ  ପହଞ୍ଚୁଛନ୍ତି । ମାତ୍ର ଭୁବନେଶ୍ୱର ପଟୁ ଯାଉଥିବା  ଯାନବାହନ ପାଇଁ ହଂସପାଳରେ ଫ୍ଲାଏଓଭର କାମ  ସରିନାହିଁ । ଏଥିଯୋଗୁ ପ୍ରତିଦିନ ଟ୍ରାଫିକ ସମସ୍ୟା ସହ  ଅଞ୍ଚଳରେ ସାଂଘାତିକ ଧୂଳି ଉଡ଼ୁଛି । ସ୍ଥାନୀୟ ଅଞ୍ଚଳବାସୀ  ଓ ରାସ୍ତାରେ ଯାଉଥିବା ଲୋକେ ଟ୍ରାଫିକ ଯନ୍ତ୍ରଣା ସହ  ଧୂଳିଧୂଆଁରେ ପ୍ରତିଦିନ ନାକେଦମ ହେଉଛନ୍ତି । ଏହି  ଫ୍ଲାଏଓଭର କାମ ୨୦୨୦ରୁ ଆରମ୍ଭ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.