ବାଲେଶ୍ୱର, ଫକୀରମୋହନ ସ୍ୱୟଂଶାସିତ  ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି  ମାମଲା ଜିଲ୍ଲା କୋର୍ଟକୁ ସ୍ଥାନାନ୍ତରଣ  ହୋଇଛି । ଏହି ମାମଲାର ବିଚାର ପାଇଁ ଏସ୍‌ଡିଜେଏମ କୋର୍ଟ ଜିଲ୍ଲା କୋର୍ଟକୁ ପଠାଇଛନ୍ତି ।  ଏହି ମାମଲାରେ ପୂର୍ବରୁ ଗିରଫ  ହୋଇଥିବା ଏଚ୍‌ଓଡି ସମୀର  କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ  ଦିଲ୍ଲୀପ ଘୋଷ, ଏବିଭିପିର  ରାଜ୍ୟ ଯୁଗ୍ମ ସାମ୍ପାଦକ ଶୁଭ୍ରସମ୍ବିତ  ନାୟକ, ପୂର୍ବତନ ଏବିଭିପି  ସଦସ୍ୟ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ  କଡ଼ା ସୁରକ୍ଷା ବଳୟ ଭିତରେ ବୁଧବାର ଅପରାହ୍ଣରେ ଏସ୍‌ଡିଜେମ୍‌ କୋର୍ଟକୁ ଅଣାଯାଇଥିଲା। ସେଠାରେ ସେମାନଙ୍କୁ ବିଚାରପତିଙ୍କ ନିକଟରେ  ହାଜର କରାଯାଇଥିଲା । ପରେ ଏହି ମାମଲାର ପରବର୍ତ୍ତୀ ବିଚାର ପାଇଁ ଜିଲ୍ଲା କୋର୍ଟକୁ ପଠାଯାଇଥିଲା ।  

ସୂଚନାଯୋଗ୍ୟ, ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ  ସହଦେବଖୁଣ୍ଟା ପୁଲିସ୍‌ ଏଚଓଡି ଶ୍ରୀ ସାହୁ ଓ ପୂର୍ବତନ  ଅଧ୍ୟକ୍ଷ ଶ୍ରୀ ଘୋଷଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ  ସମୟରେ ଉକ୍ତ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ  ନେବା ପରେ କ୍ରାଇମବ୍ରାଞ୍ଚ ଏବିଭିପିର ୨ ଛାତ୍ରନେତା  ଶୁଭ୍ରସମ୍ବିତ, ଜ୍ୟୋତିପ୍ରକାଶଙ୍କୁ ଗିରଫ କରିଥିଲା ।