ବାଲେଶ୍ୱର,୦୯/୦୯: ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ଗିରଫ ହୋଇଥିବା ଇଣ୍ଟିଗ୍ରେଟେଡ୍ ବିଏଡ୍ ଏଚ୍ଓଡି ସମୀର କୁମାର ସାହୁ ଜାମିନ୍ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାର କରିବା ପାଇଁ ଚଳିତ ମାସ ୧ ତାରିଖରେ ଶ୍ରୀ ସାହୁଙ୍କ ପକ୍ଷରୁ ଆବେଦନ(ଫାଇଲିଂ ନଂ - ୨୬୬୫ /୨୦୨୫) କରାଯାଇଥିଲା ।
ଗତ ୩ ତାରିଖରେ ତାହା ପଞ୍ଜିକୃତ(ନଂ ୯୨୧୯/୨୦୨୫) ହୋଇଥିଲା । ତେବେ ଏହି ମାମଲାର ବିଚାର କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନି । ଉଚ୍ଚ ନ୍ୟାୟାଳୟରେ ଶ୍ରୀ ସାହୁଙ୍କ ପାଇଁ ଆଇନଜୀବୀ ବିଜୟ କୁମାର ବେହେରା, ପି. ପାଣିଗ୍ରାହୀ, ଏ. ବେହେରା, ଏସ୍କେ ସାହୁ ମାମଲା ପରିଚାଳନା କରିବେ ।
ସୂଚନାଯୋଗ୍ୟ, ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ଏଚ୍ଓଡ଼ି ସମୀର କ ସାହୁଙ୍କୁ ଗିରଫ କରିଥିଲା । ଏନେଇ କେସ ନଂ ୨୨୯/୨୫ରେ ମାମଲା ରୁଜୁ ହୋଇଥିଲା।