ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲା : ୨ ଏବିଭିପି ନେତାଙ୍କୁ ମାରାଥନ ଜେରା, ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ୍‌

Published By : Rasmita Pradhan | August 13, 2025 10:24 AM

ବାଲେଶ୍ୱର,୧୩/୦୮ : ଏଫ୍‌ଏମ୍‌ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାକୁ ଏକ ମାସ ପୂରିଛି । ଏହି ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ପୁଣି ସକ୍ରିୟ ହୋଇଛି । ମଙ୍ଗଳବାର ତଦନ୍ତକାରୀ ଅଧିକାରୀ ଇମନ କଲ୍ୟାଣ ନାୟକଙ୍କ ନେତୃତ୍ୱରେ ୬ଜଣିଆ ଟିମ୍‌ ଅପରାହ୍ଣ ୩ଟା ୧୫ରେ ଜେଲ୍‌କୁ ଆସି ତନାଘନା ଆରମ୍ଭ କରିଛନ୍ତି । ଦୁଇଘଣ୍ଟା ଧରି ସେମାନେ ଗିରଫ ଦୁଇ ଏବିଭିପି ନେତା ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ ପଚରାଉଚରା କରିଥିଲେ । ସନ୍ଧ୍ୟା ୫ଟା ୧୫ରେ ସେମାନେ ଫେରିଯାଇଥିଲେ । ଏହି ୨ ଘଣ୍ଟା ଭିତରେ ସେମାନେ ଉଭୟ ଜ୍ୟୋତିପ୍ରକାଶ, ଶୁଭ୍ରସମ୍ବିତଙ୍କୁ ମାରାଥନ ଜେରା କରିଥିଲେ । ଏହି ଟିମ୍‌ରେ ତଦନ୍ତ ଅଧିକାରୀ ଅଫିସର ଶ୍ରୀମତୀ ନାୟକଙ୍କ ବ୍ୟତୀତ ତଦନ୍ତର ନୂତନ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ ଏସ୍‌ପି ଅନିରୁଦ୍ଧ ରଉତରାୟ ମଧ୍ୟ ଉପସ୍ଥିତ ଥିଲେ। 

ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ଆତ୍ମାହୁତି ଘଟଣା ବିଷୟରେ ଉଭୟ ଛାତ୍ର ନେତାଙ୍କୁ ବିଭନ୍ନ ପ୍ରଶ୍ନ ପଚାରିଥିଲେ । ଛାତ୍ରୀ କେଉଁଠୁ ପେଟ୍ରୋଲ ଆଣିଥିଲେ? ଏହି ସମୟରେ ଆଉ କିଏ କିଏ ଉପସ୍ଥିତ ଥିଲେ? ଆତ୍ମାହୁତି ପାଇଁ ସେମାନେ ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ କି ନାହିଁ ଭଳି ବିଭିନ୍ନ ବିଷୟରେ ପଚାରି ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହି ସମୟରେ ଉଭୟ ଜ୍ୟୋତିପ୍ରକାଶ ଓ ଶୁଭ୍ରସମ୍ବିତ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ସେଥିରେ ତଦନ୍ତର ଅନେକ ଖିଅ କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି । ଆଗାମୀ ଦିନରେ ତଦନ୍ତ ପ୍ରକ୍ରିୟାରେ ଏହା ସହାୟତା ହେବା ନେଇ ଆଶା କରାଯାଉଛି ।  

ଅନ୍ୟ ଏକ ତଥ୍ୟ ମୁତାବକ, କ୍ରାଇମବ୍ରାଞ୍ଚ ଗିରଫ ଦୁଇ ଛାତ୍ର ନେତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅଦାଲତରେ ଆବେଦନ କରିଥିଲେ । ଉଭୟକୁ ଜେଲ୍‌ ଭିତରେ ହିଁ ରିମାଣ୍ଡରେ ନେଇ ଜେରା କରାଯିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମଠାରୁ ଦୂରେଇ ରହି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ପକ୍ଷରୁ କୌଣସି ସୂଚନା ମିଳିନି ।  ସୂଚନାଯୋଗ୍ୟ, ଏହି ଘଟଣାରେ କ୍ରାଇମବାଞ୍ଚ ଗତ ୩ ତାରିଖ ବିଳମ୍ବିତ ରାତିରେ ସଦର ବ୍ଲକ ଅନ୍ତର୍ଗତ ଦୁବ୍‌ଲାଗଡ଼ି ଅଞ୍ଚଳର ଜ୍ୟୋତିପ୍ରକାଶ, ଭଦ୍ରକ ଜିଲ୍ଲା ଚୂଡ଼ାମଣି ଅଞ୍ଚଳର ଶୁଭ୍ରସମ୍ବିତଙ୍କୁ ଗିରଫ କରିଥିଲା । ପୂର୍ବରୁ ଏଚ୍‌ଓଡି ସମୀର କୁମାର ସାହୁ, ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.