ନୂଆଦିଲ୍ଲୀ,୨୯।୫: ରାଜ ପରିବାରର ସୁନ୍ଦରୀ ରାଜକୁମାରୀ। ରାଜ ସିଂହାସନର ଏକମାତ୍ର ଉତ୍ତରାଧିକାରୀ। ଜଣେ ଖେଳାଳିଙ୍କୁ ଭଲ ପାଇ ବସିଲେ। ହେଲେ ଖେଳାଳି ଜଣକ ତାଙ୍କ ପ୍ରେମ ନିବେଦନକୁ କରିଦେଲେ ପ୍ରତ୍ୟାଖାନ। ଖେଳାଳିଙ୍କ ଆଗରେ ରାଜା ହେବାର ସୁଯୋଗ ମଧ୍ୟ ଥିଲା, କିନ୍ତୁ ନିଜର ପ୍ରେମିକା ପାଇଁ ରାଜକୁମାରୀଙ୍କୁ ମନା କରିଦେଲେ। ଏହା ହୁଏତ ବହୁତ କମ୍ ହୁଏ। କିନ୍ତୁ ଜାଣନ୍ତି କି ସେ ରାଜକୁମାରୀ କିଏ ? ସେ ହେଲେ ସ୍ପେନ୍‌ର ପ୍ରିନସେସ୍ ଲିୟୋନାର। ଆଉ ଖେଳାଳି ଜଣକ ହେଲେ ସ୍ପେନ୍‌ର ଷ୍ଟାର ଫୁଟବଲ ପ୍ଲେୟାର ପ୍ଲାବୋ ଗାଭି। ଏବେ ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି।

ପ୍ରିନ୍‌ସେସ୍ ଲିୟୋନୋର ସ୍ପେନ୍‌ର କିଙ୍ଗ ଫିଲିପ୍ VI ଓ କ୍ବିନ୍ ଲୋଟିଜିୟାଙ୍କ ସବୁଠାରୁ ବଡ଼ ଝିଅ। ତାଙ୍କର ଜନ୍ମ ୩୧ ଅକ୍ଟୋବର ୨୦୦୫ ରେ ହୋଇଥିଲା।  ସେ ସ୍ପେନ୍‌ ରାଜସିଂହାସନର ଉତ୍ତରାଧିକାରୀ। ବଲିଉଡ ଓ ହଲିଉଡର ହିରୋଇନଙ୍କଠାରୁ ମଧ୍ୟ ବହୁତ ସୁନ୍ଦର। ଉଚ୍ଚଶିକ୍ଷିତ, ରାଜକୀୟ ଚାଲିଚଳନ, ମାନ, ସମ୍ମାନ ଏବଂ ଧନ-ସମ୍ପତ୍ତି। ସବୁକିଛି ଅଛି। କୁହାଯାଉଛି ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ବେଶୀ କାହାକୁ ପରିପ୍ରକାଶ କରନ୍ତି ନାହିଁ। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ସୂଚନା ବାହାରକୁ ଆସେନି। 

ଗାଭି ସ୍ପେନ୍‌ର ଷ୍ଟାର ଫୁଟବଲର। ତାଙ୍କର ପୁରା ନାଁ ପ୍ଲାବୋ ମାର୍ଟିନ ପେଜ୍ ଗାଭିରା। ସେ ଲା ଲିଗା କ୍ଲବ ବାର୍ସିଲୋନା ଓ ସ୍ପେନ୍‌ର ନ୍ୟାସନାଲ ଟିମ୍ ପାଇଁ ସେଣ୍ଟ୍ରାଲ ମିଡଫିଲ୍ଡର ଭାବରେ ଖେଳନ୍ତି। ୨୦୨୨ ରେ ସେ କୋପା ଟ୍ରଫିରେ ଗୋଲ୍ଡେନ୍ ବୟ ଆଓ୍ବାର୍ଡ ଜିତିଥିଲେ। ତାଙ୍କର ଜନ୍ମ ୫ ଅଗଷ୍ଟ ୨୦୦୪ ରେ ହୋଇଥିଲେ। ଅର୍ଥାତ ସେ ପ୍ରିନସେସ୍ ଲିୟୋନୋରଙ୍କଠାରୁ ବର୍ଷେ ବଡ଼। 

ପ୍ରିନସେସ୍‌ ଲିୟୋନୋର ଫିପା ଓ୍ବାର୍ଲ୍ହକପ୍‌ ୨୦୨୨ ବେଳେ ଫୁଟବଲର ଗାଭିଙ୍କ ଉପରେ ହୋଇଯାଇଥିଲେ ଫିଦା। ଏଭଳି କିଛି ହୋଇଥିଲା ଯେ, ସ୍ପେନ୍‌ର କୋଷ୍ଟା ରିକାକୁ ୭-୦ ରେ ହରାଇ ଦେଇଥିଲେ। ଏହାପରେ ଗୁଜବ ଉଠିଥିଲା ଯେ, କିଙ୍ଗ ଫିଲିପ୍ VI ଫୁଟବଲର ଗାଭିଙ୍କୁ ନିଜ ପୁଅ ପାଇଁ ଅଟୋଗ୍ରାଫ୍‌ ଥିବା ଜର୍ସି ଦେବାର ଅନୁରୋଧ କରିଥିଲେ। ଏହାପରେ ଲିୟୋନୋର ଓ ଗାଭିଙ୍କ ଭିତରେ ସମ୍ପର୍କକୁ ନେଇ ଗୁଜବ ଆରମ୍ଭ ହୋଇଥିଲା। 

ଗୁଜବ ସେତେବେଳେ ଆହୁରି ବଢିଯାଇଥିଲା ଯେତେବେଳେ ସ୍ପେନ୍‌ ୨୦୨୪ ୟୁରୋ କପ୍ ଜିତିଥିଲା। ସେତେବେଳେ ରାଜମହଲରେ ରୟାଲ ଫ୍ୟାମିଲି ଜାତୀୟ ଫୁଟବଲ୍ ଟିମ୍‌କୁ ନିମନ୍ତ୍ରଣ କରିଥିଲେ। ସେଠାରେ ପ୍ରିନସେସ୍‌ ଲିୟୋନୋର ଓ ଗାଭି କିଛି ସମୟ ପର୍ଯ୍ୟନ୍ତ ପରସ୍ପର ସହ ହାତ ମିଳାଇ ଫଟୋ ଉଠାଇଥିଲେ। ସେତେବେଳେ ସୋସିଆଲ ମିଡିଆରେ ଏହି ଚର୍ଚ୍ଚାର ଜୋର ଧରିଥିଲା। ଦୁହିଁଙ୍କ ଭିତରେ କିଛି ଚାଲିଛି। ଗାଭି ପ୍ରିନସେସ୍ ଲିୟୋନୋରଙ୍କ ପ୍ରେମକୁ ଏଥିପାଇଁ ପ୍ରତ୍ୟାଖାନ କରିଥିଲେ, କାରଣ ସେ ଅନ୍ୟ ଜଣେ ଝିଅକୁ ଭଲ ପାଆନ୍ତି। ଫୁଟବଲରଙ୍କ ପ୍ରେମିକା ହେଉଛନ୍ତି ଏନା ପେଲାୟା। ତାଙ୍କୁ ୨୨ ବର୍ଷ ହୋଇଥିବା ବେଳେ ଏବେ ସେ ଜଣେ ଛାତ୍ରୀ। ଇନଷ୍ଟାଗ୍ରାମ୍‌ରେ ତାଙ୍କର ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।