ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ : ମୁଖ୍ୟମନ୍ତ୍ରୀ

Published By : Prameya | May 2, 2025 8:12 PM

ଭୁବନେଶ୍ୱର,୨/୫ : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଇନ୍‌ୱେକ୍‌   ଓମେନ୍‌ ବିଜନେସ୍‌ ମେଳାର (INWEC - ICC National Women 's Entrepreneurship Council ) ୧୦୦ ବର୍ଷ ପୂର୍ତ୍ତି ସମାରୋହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ, ‘ନାରୀ ଶକ୍ତିର ମହୋତ୍ସବ’ ବୋଲି କହିବା ସହିତ   ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିବା ଆବଶ୍ୟକ ବୋଲି କହିଛନ୍ତି ।

ଏହି ଅବସରରେ ସେ କହିଛନ୍ତିଯେ,  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା କେବଳ ଓଡିଶା ନୁହେଁ ବରଂ ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ।  ଆମେ ନିକଟରେ, ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭ,  ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଥିଲୁ ଏବଂ ସେଥିରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଉ ଆଜି ଆମେ ଏହି ମେଳାରେ ସେହି ବାସ୍ତବିକତାକୁ ଦେଖୁଛୁ ।ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କ  ଯୋଗଦାନ ରହିଛି ଏବଂ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାର ସଫଳତା ହିଁ ଏହାର ଜ୍ୱଳନ୍ତ ଉଦାହରଣ ।

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ। ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ଏବଂ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେବା ପାଇଁ ଆଗେଇ ଆସିବା ଅତ୍ୟନ୍ତ ଆନନ୍ଦର ବିଷୟ। ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ସମାଜ ସମୃଦ୍ଧ ହୁଏ ଏବଂ ଅର୍ଥନୀତି ବିକଶିତ ହୁଏ। ଆମ ମା’, ଭଉଣୀ ଓ ଝିଅମାନଙ୍କର ସମାନ ଭାଗୀଦାରୀ ବିନା ଓଡ଼ିଶାର ପ୍ରଗତି ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ଅର୍ଥନୈତିକ ସ୍ୱାଧୀନତାର ବାର୍ତ୍ତାବହ ଏବଂ୯୦ ପ୍ରତିଶତରୁ ଅଧିକ ମହିଳା ସୁଭଦ୍ରା ସହାୟତାର ସଦୁପଯୋଗ କରିଛନ୍ତି। ଆମେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ । ତେବେ, ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆମେ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଆର୍ଥିକ ପ୍ରବେଶରେ ନିବେଶ କରୁଛୁ ଏବଂ  ଓଡ଼ିଶାକୁ ଓମେନ-ଲେଡ୍ ବିକାଶର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ଭଳି କାର୍ଯ୍ୟକ୍ରମ ଖୁବ୍ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମହିଳା ମାନେ ହେବେ ଶ୍ରେଷ୍ଠ ଭାଗୀଦାର ଏବଂ ଆମ ସରକାର ଏଥି ପାଇଁ ପୁରା ସମର୍ଥନ ଯୋଗାଇ ଦେବେ। କାର୍ଯ୍ୟକ୍ରମରେ ଯୋଗଦେଇ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ମନ୍ତ୍ରୀ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ ଏହି ସମାବେଶ, ଓଡିଆ ମହିଳା ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ କରିବା ସହ ଆର୍ଥିକ ସ୍ବାଧୀନତା ପାଇଁ ଭବିଷ୍ୟତର ରାସ୍ତା ଖୋଲିବ। ଓଡ଼ିଶା ବିକାଶରେ ମହିଳା ଉଦ୍ୟୋଗୀ ମାନେ ହିଁ ଏକ ସମୃଦ୍ଧ ପରିବର୍ତ୍ତନର ସ୍ବର ।

ଏହି ଅବସରରେ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସଫଳତାର ରୂପାୟନ ଦେଇ ମହିଳା ମାନେ ଆଜି ପାରମ୍ପରିକ ଉଦ୍ୟୋଗ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ ହେଉଛନ୍ତି  । ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଚେୟାରପର୍ସନ ଶ୍ରୀ ରାଜୀବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ,  ଇନ୍-ୱେକ୍ ର କୋ-କନଭେନର, ଶ୍ରୀମତୀ ସ୍ୱାତୀ କେଜରିୱାଲ,  ଆଇସିସି ଭାଇସ ଚେୟାରପର୍ସନ, ପ୍ରୀତି ପଲ୍ଲବୀ ପଟନାୟକ, କନଭେନର, ଶ୍ରୀ ଧର୍ମାଦିତ୍ୟ ପଟନାୟକ  ପ୍ରମୁଖ ମଂଚାସୀନ ଥିଲେ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.