ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଡ଼ୋନାଲ୍ଡ ଟ୍ରମ୍ପ ଶପଥ ସମାରୋହରେ ଭାରତ ପକ୍ଷରୁ ସାମିଲ ହେବେ ଏସ୍. ଜୟଶଙ୍କର

Published By : Anindita | January 12, 2025 1:45 PM

ନୂଆଦିଲ୍ଲୀ,୧୨/୦୧:ଆମେରିକାର ରାଷ୍ଟ୍ରପତି ଭାବେ ଆସନ୍ତା ୨୦ ତାରିଖରେ ଦ୍ବିତୀୟ ଥର ପାଇଁ ଶପଥ ନେବେ ଡ଼ୋନାଲ୍ଡ ଟ୍ରମ୍ପ ।ତେବେ ଟ୍ରମ୍ପଙ୍କ ଏହି ଶପଥ ସମାରୋହରେ ଭାରତ ପକ୍ଷରୁ ସାମିଲ ହେବାକୁ ଯାଉଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ତାଙ୍କର ଏହି ସମାରୋହରେ ଅନେକ  ବଡ଼ ବଡ଼ ନେତା ସାମିଲ ହେବେ । ଟ୍ରମ୍ପ-ଭାନ୍ସ ଉଦ୍‌ଘାଟନି କମିଟି ଶପଥ ଗ୍ରହଣ ସମାରୋହରେ ଭାଗ ନେବା ପାଇଁ ଭାରତ ସରକାରଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ଏହି ନିମନ୍ତ୍ରଣ ଅନୁସାରେ ଏସ୍.ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ଏନେଇ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। 

ଏହି ସମୟରେ ସେ ଟ୍ରମ୍ପ ପ୍ରଶାସନ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି। ତେବେ ଏହି ଶପଥ ସମାରୋହରେ ଜୟଶଙ୍କର ସାମିଲ ହେବା ଓ ତାଙ୍କର ଏହି ଗସ୍ତ ଭାରତ ଏବଂ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, "ଟ୍ରମ୍ପ୍-ଭାନ୍ସ ଉଦଘାଟନୀ କମିଟିର ନିମନ୍ତ୍ରଣ କ୍ରମେ, ବୈଦେଶିକ ମନ୍ତ୍ରୀ (EAM) ଡକ୍ଟର ଏସ. ଜୟଶଙ୍କର ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଜୟଶଙ୍କର ଏହି ଗସ୍ତରେ ନୂତନ ଆମେରିକୀୟ ପ୍ରଶାସନର ସଦସ୍ୟମାନଙ୍କ ସହିତ ଭେଟିବେ।" ତେବେ ଶପଥ ଗ୍ରହଣ ଉତ୍ସବ ଜାନୁଆରି ୨୦ରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର ଡେ' ସହିତ ପାଳନ କରାଯିବ। ଡୋନାଲ୍ଡ ଟ୍ରମ୍ପ ୪୭ତମ ଥର ଏବଂ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏଥର ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ଅନେକ ଭାରତୀୟଙ୍କୁ ସ୍ଥାନ ମିଳିଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.