ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁର୍ଷର୍ମ; ସୋଶିଆଲ ମିଡିଆରେ ହୋଇଥିଲା ବନ୍ଧୁତା

Published By : Bijay Swain | March 13, 2025 5:50 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତରେ ଲଜ୍ଜା। ଜଣେ ବିଦେଶୀନିଙ୍କୁ ଅସଦାଚରଣ କରିବାର ସପ୍ତାହେ ନପୁରୁଣୁ ଫୁଣିଥରେ ଏ ଅପବାଦ ମୁଣ୍ଡାଇଛି ଭାରତ। ରାଜଧାନୀ ଦିଲ୍ଲୀରେ ଥିବା ଏକ ହୋଟେଲରେ ଜଣେ ଇଂଲଣ୍ଡ ନାଗରିକଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦୁର୍ଷର୍ମ କରିଥିବା ଜଣାପଡିଛି। ତେବେ ସବୁଠି ବଡ କଥା ହେଉଛି ଏତିକିରେ ଯୁବତୀଙ୍କ ଦଉଁଖ ସରି ନାହିଁ। ସେ ସାହାଯ୍ୟ ପାଇଁ ଏଲିଭେଟର ଯୋଗେ ତଳକୁ ଯାଉଥିବା ବେଳେ ଅଏଲିଭେଟରରେ ଥିବା ଅନ୍ୟଜଣେ ଯୁବକ ତାଙ୍କ ସହ ଯୌନ ଉତ୍ପିଡନ କରିଥିବା ଜଣାପଡିଛି। ତେବେ ପୋଲିସ ପାଖରେ ଏ ମାମଲା ପହଞ୍ଚିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡିଛି। 

ତେବେ ଏହି ମାମଲା ଦିଲ୍ଲୀର ଦକ୍ଷିଣ-ପଶ୍ଚିମରେ ଥିବା ମହିପାଲପୁର ଅଞ୍ଚଳରେ ଘଟିଛି ବୋଲି ଜଣାପଡିଛି। ତେବେ ପୀଡିତା ଜଣକ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ ସେ ଅଭିଯୁକ୍ତ ଜଣଙ୍କୁ ସାମାଜିକ ଗଣମାଧ୍ୟମ ଯୋଗେ ଜାଣିଥିଲେ। ଏହା ପରେ ଉଭୟ ପ୍ରତିଦିନ ଫୋନ ଯୋଗେ ଉଭୟଙ୍କ ସହ କଥାବାର୍ତ୍ତା ହେଉଥିଲେ। ତେବେ ଶେଷରେ  ଯୁବତୀ ଜଣଙ୍କ ଭାରତକୁ ଆସି ଯୁବକଙ୍କ ସହ ଭେଟିବାପାଇଁ ନିଷ୍ପତି ଗ୍ରହଣ କରି ଭାରତରେ ଆସି ପହଞ୍ଚିଥିଲେ। 

ସେ ବିମାନଯୋଗେ ଭାରତରେ ଓହ୍ଲାଇବା ପରେ ରହିବା ପାଇଁ ମହିପାଲପୁରଠାରେ ଥିବା ଏକ ହୋଟେଲ ବୁକ୍ କରିଥିଲେ। ତେବେ ମହିପାଲପୁର ଇନ୍ଦିରାଗାନ୍ଧୀ ବିମାନ ବନ୍ଧରଠୁ ପାଖରେ ପଡୁଥିବାରୁ ସେ ଏହି ହୋଟେଲ ବୁକ୍ କରିଥିଲେ। ତେବେ ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କୁ ଭେଟିବାକୁ ସେ ରହୁଥିବା ହୋଟେଲ ରୁମରେ ଆସି ପହଞ୍ଚିଥିଲେ। ତେବେ ତାଙ୍କୁ ଦେଖିବା ପରେ ଯୁବକ ଜଣକ ତାଙ୍କ ସହ ଅନୁଚିତ ବ୍ୟବହାର କରିଥିଲେ। ଯାହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିଲା। 

ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ ବଳାତ୍କାର କରିଥିଲେ। ବ୍ରିଟିଶ ମହିଳା ଜଣକ ଦାବି କରିଛନ୍ତି ଯେ ସେ ତା'ପରେ ଏକ ଆଲାର୍ମ ବଜାଇ ହୋଟେଲ ରିସେପ୍ସନରେ ପହଞ୍ଚିବାରେ ସଫଳ ହୋଇଥିଲେ। କିନ୍ତୁ, ସେଠାରେ ଥିବା ଅନ୍ୟଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ବାହାନାରେ ହୋଟେଲ ଲିଫ୍ଟରେ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିଲେ।

ପୋଲିସ ଏ ମାମଲାରେ ସାମିଲ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ପୋଲିସ ଭାରତୀୟ ନ୍ୟାୟ ସଂହିତା ଆଧାରରେ ଉଭୟଙ୍କ ଉପରେ ମାମାଲା ରୁଜୁ କରିଛି। ଜଣଙ୍କ ଉପରେ ଦୁର୍ଷର୍ମ ଅଭିଯୋଗ ଲଗାଇବା ସହ ଏନ୍ୟ ଜଣଙ୍କ ଉପରେ ଯୌନ ଉତ୍ପୀଡନର ମାମଲା ରୁଜୁ କରାୟାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ଏନେଇ ବ୍ରିଟିଳ ହାଇକମିଶନରଙ୍କୁ ସୂଚନା ପ୍ରଦାନ କରାଯାଇଛି। ତେବେ ପୋଲିସ ବର୍ତ୍ତମାନ ମଧ୍ୟ ଏହି ମାମଲାର ଛାନଭିନ୍ କରୁଥିବା ଜଣାପଡିଛି। 

ଆପଣଙ୍କୁ ଜଣାଇରଖୁ ଯେ, କର୍ଣ୍ଣାଟକର କୋପାଲ ଜିଲ୍ଲାରେ ତିନିଜଣ ଯୁବକ ଦୁଇଜଣ ମହିଳାଙ୍କ ସହ ଦୁର୍ଷର୍ମ କରିଥିଲେ। ଉକ୍ତ ଦୁଇ ମହିଳାଙ୍କ ଭିତରେ ଜଣେ ଇସ୍ରାଏଲୀ ନାଗରିକ ମଧ୍ୟ ରହିଥିଲେ। ତେବେ ରାକ୍ଷସ ପାଲଟିଯାଇଥିବା ତିନି ଯୁବକ ଏଥିରେ ମଧ୍ୟ ନ ଅଟକି ତାଙ୍କ ସହିତ ଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ତୁଙ୍ଗଭଦ୍ରା ନଦୀ କେନାଲକୁ ପିଙ୍ଗି ଦେଇଥିଲେ। ତେବେ ପୋଲିସ ଅଭିଯୁକ୍ତ ସମସ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.