ଚନ୍ଦାହାଣ୍ଡି, ୨୭।୩ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକ ମୋହରା  ବନଖଣ୍ଡ  ଭତାଝର ଜଙ୍ଗଲରେ  ବନ ବିଭାଗର ବୃକ୍ଷରୋପଣ  କରିଥିଲା। ଏହାକୁ ନେଇ  ଓଡିଶା ଆଦିବାସୀ   ଅଧିକାର ମଞ୍ଚ ଏବଂ ବନ ବିଭାଗ ମଧ୍ୟ ରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।  ଗୋଟିଏ ପଟେ ଏଫଆରସି କମିଟି ମାଧ୍ୟମରେ  ୨୧୨ ଟି ଜଙ୍ଗଲ ଜମି ପଟ୍ଟା ପାଇଁ   ଆବେଦନ କରି ଥିବା ଜଙ୍ଗଲ ଜମିକୁ ଚିହ୍ନଟ କରି ବୃକ୍ଷରୋପଣ କରିବା ପାଇଁ  ଆଦିବାସୀ ଅଧିକାର ମଞ୍ଚ ଅଡ଼ି ବସି ଥିବା ବେଳେ l ଆଉ ଗୋଟିଏ  ପଟେ  ବନ ବିଭାଗ    ବୃକ୍ଷ ରୋପଣ କରିବା ଦିଗରେ   ପୁରା ପୁରି ଅଣ୍ଟା ଭିଡ଼ିଛି l   ଜଙ୍ଗଲ ଜମି ପଟ୍ଟା ପାଇଁ ଲୋକଙ୍କ   ନଛୋଡ ବନ୍ଧା ହେବା  ସହ ବିଭାଗର ବୃକ୍ଷ ରୋପଣକୁ ବିରୋଧ  କରିଥିଲେ।  

ମହାର ବନଖଣ୍ଡ ଅଧିନ ଭତାଝର ଵୁଡାଡଙ୍ଗର   ଜଙ୍ଗଲରେ  ଦୀର୍ଘ ଦିନ ହେବ ଜଙ୍ଗଳ ଜମିକୁ   ଜବର ଦଖଲ କରି   ଚାଷ କରିବା ସହ ଜଙ୍ଗଲରେ ଘର ଦ୍ୱାର କରି ରହି ଆସୁଛନ୍ତି l  ଗତ ଅଗଷ୍ଟ ୨୦୨୪ ରେ ୨୧୨ ଟି  ଜଙ୍ଗଲ ଜମି ପଟ୍ଟା ପାଇଁ  ଏଫଆରସି କମିଟି ମାଧ୍ୟମରେ ତହସିଲ ଅଫିସରେ ଆବେଦନ କରି ଥିଲେ l ଆବେଦନର ୮ ମାସ ବିତି ଯାଇଥିଲେ ମଧ୍ୟ   ଏଫଆରସି କମିଟି, କିମ୍ବା ବନ ବିଭାଗର ଏଥି ପ୍ରତି କୌଣସି ଗୁରୁତ୍ୱ ନ ଦେବା ହେତୁ  ଜଙ୍ଗଲ ଜମି ଦଖଲ କରି ଥିବା ଵନବାସୀଙ୍କ ମଧ୍ୟରେ ଏକ ତୀବ୍ର ଅସନ୍ତୋଷ୍ଟ କୁହୁଳୁ ଥିଲା l  

ଚଳିତ ବର୍ଷ ବନ ବିଭାଗ ତରଫରୁ ବୁଢା ଡଙ୍ଗର ଜଙ୍ଗଲ ମଧ୍ୟରେ  ଏକ ଲକ୍ଷ ଚାରା ପ୍ରସ୍ତୁତ କରିଥିଲେ।  ବୃକ୍ଷ ରୋପଣ କରିବା ପାଇଁ  ଗତ ୨୪ ତାରିଖରେ  ନର୍ସରୀ ଚିହ୍ନଟ  କରିଥିଲେ। ଏହି ସମୟରେ  ଓଡିଶା ଆଦିବାସୀ ଅଧିକାର ମଞ୍ଚର ସମ୍ପାଦକ ରାଜେଶ ଜାନି, ନାନୁ ସାନ୍ତା, ଏଫଆରସି କମିଟି ସଭାପତି ଘନଶ୍ୟାମ ମାଝିଙ୍କ ନେତୃତ୍ୱରେ ଶତାଧିକ  ଆଦିବାସୀ ଅଧିକାର ମଞ୍ଚର  ସଦସ୍ୟ   ଏବଂ ଜଙ୍ଗଲ ଚାଷୀ ଦେଓବନ୍ଦ ଠାରେ ଚନ୍ଦାହାଣ୍ଡି ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ଥିଲେ l  ବନବିଭାଗ ଅଧିକାରୀ ଏବଂ ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ   ବନ୍ଦ କରିଥିଲେ l  ବନବିଭାଗ  ଏଫଆରସି କମିଟି ଏବଂ ଓଡିଶା ଆଦିବାସୀ ଅଧିକାର ମଞ୍ଚଙ୍କ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଭତାଝର ସ୍କୁଲ ଠାରେ  ୨୬ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

 ଏଥିରେ ଝରିଗାଁ ରେଞ୍ଜର, ଗୋବିନ୍ଦ ଚନ୍ଦ୍ର ନାୟକ, ମୋହରା ବନଖଣ୍ଡ ବନପାଳ ବିପିନ ହରିଜନ, ଏଫ ଆର ସି   ବ୍ଲକ ସଂଯୋଜକ ପିତାମ୍ଭର ଗୋପାଳ, ସରପଞ୍ଚ ମଞ୍ଜୁ ନାଥ ମାଝି, ସମିତି ସଭ୍ୟ   ସନ୍ତୋଷ ପଟ୍ଟନାୟକ, ଭାରପ୍ରାପ୍ତ ଥାନା  ଅଧିକାରୀ ବିଜୁରାମ ବାଘ ଙ୍କୁ ନେଇ  ଏକ ବୈଠକ ହୋଇଥିଲା l  ଏଥିରେ ଜଙ୍ଗଲ ଜମି ପଟ୍ଟା ପାଇଁ ୭୭ ଜଣଙ୍କ ବନବିଭାଗ ଫରେଷ୍ଟରକୁ ଦିଆ ଯାଇ ଥିବା   ଏଫ ଆର ସି ସଂଯୋଜକ ପିତାମ୍ଭର ଗୋପାଳ ସୂଚନା ଦେଇ ଥିଲେ l ବୈଠକରେ  ଜଙ୍ଗଲରେ   ଚାଷ ଜମି ସହ ଗଛ ଲଗାଇବା  ଜରୁରୀ ରହିଛି ବୋଲି  ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ମତବ୍ୟକ୍ତ କରି ଥିବା ବେଳେ  ସମ୍ପାଦକ ରାଜେଶ ଜାନି   ଜଙ୍ଗଲ ଜମି ଅଧିକାରର ନିୟମକୁ ନେଇ ଅଡ଼ି ବସି ଥିଲେ l ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଗତକୁ ଜମି ଚିହ୍ନଟ ପରେ   ବୃକ୍ଷରୋପଣ ପାଇଁ ଅଡ଼ି ବସିବାରୁ  ବନବିଭାଗ ଏବଂ ଆଦିବାସୀ ଅଧିକାର ମଞ୍ଚ ମଧ୍ୟ ରେ  ମୁହାଁ ମୁହିଁ ହେବା ସହ ହଟ୍ଟଗୋଲ ଆରମ୍ଭ ହେବାରୁ  ସମାଧାନ ର କଥା ଅଧା ରହି ଯାଇ ଥିଲା l  ଏଥିରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ କରାଯାଇଛି l