ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହଜାରେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ; ୨୧ ବର୍ଷ ପରେ ପୂର୍ବତନ ଆର୍‌ଆଇ ଦଣ୍ଡିତ

Published By : Bijay Swain | March 30, 2025 12:44 AM

ସୁନ୍ଦରଗଡ଼, ୨୯/୩(ଆପ୍ର): ଜମି ମାପ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୧୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ବୀରମିତ୍ରପୁର ତହସିଲ୍‌ ଅନ୍ତର୍ଗତ ହାତୀବାରିର ପୂର୍ବତନ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ନୃସିଂହଚରଣ ତ୍ରିପାଠୀଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦୋଷୀସାବ୍ୟସ୍ତ କରିଛନ୍ତି। ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ସ୍ଥଳେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ୨୦୦୪ରେ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିଥିଲା। ଏବେ ତାଙ୍କୁ ୭୭ ବର୍ଷ। ମାମଲାର ଦୀର୍ଘ ୨୧ ବର୍ଷ ପରେ ସେ ଦଣ୍ଡିତ ହୋଇଛନ୍ତି। 

ମାମଲାର ବିବରଣୀ ଅନୁଯାୟୀ, ୨୦୦୪ରେ ଜାମୁଦରହ ଗ୍ରାମର ଅମୃଶ ହାରୋଙ୍କଠାରୁ ଜମି ମ୍ୟୁଟେସନ ପାଇଁ ଶ୍ରୀ ତ୍ରିପାଠୀ ୧୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି ମାମଲାର ଶୁଣାଣି ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ଚାଲିଥିଲା। ରାଉରକେଲା ଭିଜିଲାନ୍ସ ୟୁନିଟର ପୂର୍ବତନ ଇନ୍ସପେକ୍ଟର ତ୍ରିନାଥ ପଟେଲ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ମାମଲାକୁ ସ୍ୱତନ୍ତ୍ର ପିପି ଶ୍ୟାମସୁନ୍ଦର ମିଶ୍ର ଓ ଆସିଷ୍ଟାଣ୍ଟ ପିପି ସନ୍ଦୀପ ପଣ୍ଡା ପରିଚାଳନା କରିଥିଲେ। ଏଥିପୂର୍ବରୁ ମଧ୍ୟ ତାଙ୍କ ନାମରେ ଲାଞ୍ଚ ଅଭିଯୋଗ ହୋଇଥିଲା। ଏ ନେଇ ୧୯୯୫ରେ ସମ୍ବଲପୁର ଭିଜିଲାନ୍ସରେ ମାମଲା ହୋଇଥିଲା । ଉକ୍ତ ମାମଲାର ରାୟ ୨୦୨୪ରେ ପ୍ରକାଶ ପାଇଥିବାବେଳେ କୋର୍ଟ ତାଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.