ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗର୍ଲଫ୍ରେଣ୍ଡ ସୋଫିଙ୍କ ସହିତ ବାବା ବାଗେଶ୍ୱରଙ୍କ ଆଶୀର୍ବାଦ ନେଲେ ଶିଖର ଧଓ୍ବନ, ଫଟୋ ଭାଇରାଲ୍

Published By : prameya | April 16, 2025 3:01 PM

ନୂଆଦିଲ୍ଲୀ,୧୬/୦୪:ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ନିଜର ଗର୍ଲଫ୍ରେଣ୍ଡକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଧଓ୍ବନ  ପ୍ରାୟ ନିଶ୍ଚିତ କରିସାରିଛନ୍ତି ଯେ ସେ ସୋଫି ସାଇନଙ୍କୁ ଡେଟ୍ କରୁଛନ୍ତି‌। ଆଉ ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ମଧ୍ୟ ଦେଖାଯାଉଛି। ଏହାରି ମଧ୍ୟରେ ଧୱନଙ୍କୁ ସୋଫିଙ୍କ ସହିତ ମୁମ୍ବାଇର ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠରେ ଦେଖିବାକୁ ମିଳିଛି। ଉଭୟ ବାଗେଶ୍ୱର ଧାମର ପୀଠେଶ୍ୱର ଧିରେନ୍ଦ୍ର ଶାସ୍ତ୍ରୀଙ୍କଠାରୁ ଆଶୀର୍ବାଦ  ନେଇଛନ୍ତି ।

ଏହି ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ପୂର୍ବତନ କ୍ରିକେଟର ଧଓ୍ବନଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଏବେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଶିଖର ଧାୱନଙ୍କୁ ଏକ ପଗଡ଼ି ପିନ୍ଧାଇ ସ୍ୱାଗତ କରିଥିଲେ। ଏହା ପରେ, ପୂର୍ବତନ କ୍ରିକେଟର ସୋଫିଙ୍କ ସହ ସେଠାରେ ଅବସ୍ଥିତ ପାରାଦ ଶିବଲିଙ୍ଗର ମଧ୍ୟ ପୂଜା କରିଥିଲେ। ସେହିପରି ଶିଖର ଧଓ୍ବନ ଧୀରେନ୍ଦ୍ର ଶାସ୍ତ୍ରୀ ସହିତ କ୍ରିକେଟ ମଧ୍ୟ ଖେଳିଛନ୍ତି । ପ୍ରଥମେ ଧଓ୍ବନ ବୋଲିଂ କରିଥିଲେ।  

ଏହା ମଧ୍ୟ ପଢନ୍ତୁ- ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଚୀନର ନୂଆ ତରିକା, ଭାରତୀୟଙ୍କ ପାଇଁ ଜାରି କଲା ୮୫,୦୦୦ ଭିସା

ପ୍ରକାଶ ଥାଉକି, ଶିଖର ଧଓ୍ବନ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ପଚରା ଯାଇଥିଲା । ସେତେବେଳେ ସେ କହିଥିଲେ ଯେ, ନାଁ କହିବିନି କିନ୍ତୁ ଏହି ରୁମ୍‌ରେ ବସିଥିବା ସବୁଠୁ ସୁନ୍ଦର ଝିଅ ମୋ ଗର୍ଲଫ୍ରେଣ୍ଡ ବୋଲି କହିଥିଲେ । ସୋଫି ସେହି ସମୟରେ ସେଠାରେ ହିଁ ଥିଲେ । ଏହା ପୂର୍ବରୁ ମଧ୍ୟ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.