ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଚୀନର ନୂଆ ତରିକା, ଭାରତୀୟଙ୍କ ପାଇଁ ଜାରି କଲା ୮୫,୦୦୦ ଭିସା

Published By : Ankita S | April 16, 2025 12:21 PM

ନୂଆଦିଲ୍ଲୀ,୧୬ /୦୪:  ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍ ୱାର ଜାରି  ରହିଛି । ଦୁଇଦେଶ ପରସ୍ପର ଉପରେ ଶୁଳ୍କ ଲଦା ଲଦି ହେଉଛନ୍ତି । ଏ ନେଇ ଆମେରିକା ସହ ଚୀନର ତିକ୍ତତା ଦେଖିବାକୁ ମିଳିଛି । ଟମ୍ପଙ୍କ ସହ ସମ୍ପର୍କ ବିଗିଡ଼ିବ   ପରେ ଚୀନ ଭାରତ ସହ ଘନିଷ୍ଠତା ବଢାଇବେ ଚେଷ୍ଟା କରୁଛି ।  ଚୀନ ୮୫,୦୦୦ ଭାରତୀୟ ନାଗରିକଙ୍କ ପାଇଁ ଭିସା ଜାରି କରିଛି । ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଚୀନ ଏହି ତରିକା ଆପଣେଇଥିବା ଚର୍ଚ୍ଚା ହେଉଛି ।

ଭାରତରେ ଚୀନ ଦୂତାବାସ ଜାନୁଆରୀ ୧ରୁ୯ ଏପ୍ରିଲ ୨୦୨୫ ଯାଏ ୮୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କଉ ଭିସା ଜାରି କରିଛି । ଚୀନ ଏପରି କରିବା ଦୁଇ ଦେଶ ଲୋକଙ୍କ ମଧ୍ୟରେ ସମ୍ପର୍କରେ ଘନିଷ୍ଠତା ଆଣିବାକୁ ପ୍ରୟାସ ବୋଲି  କୁହାଯାଉଛି । ଭାରତରେ ଚୀନ ଦୂତବାସ ଶୁ ଫେହାଗ୍ନ ଅଧିକରୁ ଅଧିକ ଭାରତୀୟ ଚୀନ ଆସନ୍ତୁ ଶାନ୍ତ, ସୁରକ୍ଷିତ ମାହୋଲକୁ ଉପଭୋଗ କରନ୍ତୁ ବୋଲି ନିମନ୍ତ୍ରଣ କରିଛନ୍ତି । 

ସୋସିଆଲ ମିଡ଼ିଆ ପୋଷ୍ଟରେ ସେ କହିଛନ୍ତି କି, ଏପ୍ରିଲ ୯, ୨୦୨୫ ଯାଏଁ ଭାରତରେ ଚୀନ ଦୂତାବାସ ଏବଂ କନସ୍ୟୁଲେଟ ଚୀନ ଗସ୍ତ କରିବାକୁ ଥିବା ଭାରତୀୟ ନାଗରିକଙ୍କୁ ୮୫ ହଜାର ଅଧିକ ଭିସା ଜାରି କରିଛି । ଚୀନ ଆସିବାକୁ ଥିବା ଭାରତୀୟ ବନ୍ଧୁଙ୍କୁ ସ୍ବାଗତ ।'' ଗତବର୍ଷ ଚୀନ ୧୮୦,୦୦୦ ଭାରତୀୟଙ୍କ ପାଇଁ ଭିସା ଜାରି କରିଥିଲା । ଏହା ସହିତ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କିଛି ସୁବିଧା କରିଛି ଚୀନ । ସେଥିରେ ଭିସା ଆବେଦନ କରୁଥିବା ଭାରତୀୟଙ୍କୁ ଏବେ ଅନଲାଇନ ଅପଡେଟେସନ ନେବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ଭିସା ଆପ୍ଲିକେସନ ପ୍ରକ୍ରିୟା ଆହୁରି ସହଜ ହେବ ।

ଅଧିକ ପଢନ୍ତୁ...ଆମେରିକାକୁ ଝଟ୍‌କା: ବୋଇଙ୍ଗ୍‌ ଉପରେ ରୋକ୍‌ ଲଗାଇଲା ଚୀନ, ଅର୍ଡର ଦେଇ ବିମାନ ନେବାକୁ ମନା କଲା

ଉଲ୍ଲେଖ୍ୟନୀୟ, ଟାରିଫ୍‌ ଯୁଦ୍ଧର ଆରମ୍ଭ ଯଦିଓ ଆମେରିକା କରିଛି, ଚୀନ୍‌ ବି ନଛୋଡବନ୍ଧା । ଲଗାତାର ଆମେରିକା ଉପରେ ପାଲଟା ହମ୍‌ଲା କରି ଚାଲିଛି ଡ୍ରାଗନ । ଉଭୟ ଦେଶ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ  । ଚୀନ୍‌ ମାଷ୍ଟର୍‌ଷ୍ଟ୍ରୋକ୍‌ ଚଳାଇ ଆମେରିକୀୟ କମ୍ପାନି ବୋଇଙ୍ଗ୍‌ ବିମାନର ଡେଲିଭରୀ ନେବେ ନାହିଁ ବୋଲି  ବିମାନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଡୋନାଲ୍ଡ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଶୁକ୍ଳ ଲଗାଇବା ପରେ ଡ୍ରାଗନ୍ ଆମେରିକା ଉପରେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.