ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Karnataka: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଅଟୋରିକ୍ସା ଚାଳକଙ୍କ ଚାପୁଡାରେ ପୂର୍ବତନ ଗୋଆ ବିଧାୟକଙ୍କ ମୃତ୍ୟୁ

Published By : Bijay Swain | February 15, 2025 7:36 PM

Image courtesy: indiatoday

ନୂଆଦିଲ୍ଲୀ: ଗୋଆର ପୂର୍ବତନ ବିଧାୟକ ଲାଭୋ ସୂର୍ଯ୍ୟାଜୀ ମାମଲେଦାର ଏକ ଅଟୋରିକ୍ସା ଚାଳକଙ୍କ ଚାପୁଡାରେ ମୃତ୍ୟୁବରଣ କରିଛନ୍ତି। ଶନିବାର ଦ୍ୱିପ୍ରହର ସମୟରେ ସେ କର୍ଣ୍ଣାଟକର ବେଲାଗାଭି ଅଞ୍ଛଳକୁ ଯାଉଥିବା ବେଳେ ଜଣେ ଅଟୋ ଚାଳକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଟୋଚାଳକ ଜଣଙ୍କ ତାଙ୍କୁ ଏକ ଚାପୁଡା ମାରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନିୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। 

ସୂଚନା ମୁତାବକ, ୬୮ ବର୍ଷିୟ ସୂର୍ଯ୍ୟାଜୀ ୨୦୧୨ ମସିହାରୁ ୨୦୧୭ ମସିହା ଯାଏ ପୋଣ୍ଡା ନିର୍ବାଚନମଣ୍ଡଳୀରେ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ସେ  ଶନିବାର ଖାଡେ ବଜାରରେ ଥିବା ଶ୍ରୀନିବାସ ଲଜରେ ଏକ ହୋଟେଲ ବୁକ୍ କରିଥିଲେ। ସେ ନିଜ ହୋଟେଲ ଯିବା ପାଇଁ ତାଙ୍କ କାର ଯୋଗେ ଏକ ଅଣଓସାରିଆ ଗଳିରେ ଯାଇଥିବା ବେଳେ ତାଙ୍କ କାରଟି ଏକ ଅଟୋ ରିକ୍ସା ସହ ଘଷି ହୋଇ ଯାଇଥିଲା। ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଏହି ସାମାନ୍ୟ କଥାକୁ ନେଇ ଅଟୋରିକ୍ସା ଚାଳକ ମୁଜ୍ଜାହିଦ ସନଦି ପୂର୍ବତନ ବିଧାୟକ ସୂର୍ଯ୍ୟାଜୀଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ। 

ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ମଧ୍ୟ ହୋଇଯାଇଥିଲା। ତା ପରେ ବିଧାୟକ ଜଣଙ୍କ ନିଜ ହୋଟେଲକୁ ଫେରିଯାଇଥିଲେ। କିନ୍ତୁ ସୂର୍ଯ୍ୟାଜୀ ନିଜ ରୁମ୍ କୁ ଯିବା ପାଇଁ ସିଡି ଚଢୁଥିବା ବେଳେ ହଠାତ ସଂଜ୍ଞାହୀନ ହୋଇପଡିଥିଲେ। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାହ୍କ ମୃତଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। 

ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଅଭିଯୁକ୍ତ ଅଟୋରିକ୍ସା ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲା। ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିବା ସହ ନିଜ ହେପାଜତକୁ ନେଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ମାମଲାର ସ୍ଥିତି ସ୍ପଷ୍ଟ ହେବ ବୋଲି ବୋଲି ପୋଲିସ ପ୍ରକାଶ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.