ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ, ୨ ମାସ ତଳେ କହିଥିଲେ 'ମୁଁ ରୁହେ କି ନ ରୁହେ ସତ କହିବାକୁ ଚାହେଁ'

Published By : Ankita S | August 5, 2025 1:47 PM

ନୂଆଦିଲ୍ଲୀ,୦୫/୦୮: ଜମ୍ମୁ-କାଶ୍ମୀର, ଗୋଆ, ବିହାର ଏବଂ ମେଘାଳୟର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କର ଦେହାନ୍ତ ହୋଇଛି । ୭୯ ବର୍ଷ ବୟସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଡନୀ ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସତ୍ୟପାଲ ମଲିକଙ୍କ ବିୟୋଗ ହୋଇଛି । ସତ୍ୟପାଲ ମଲିକ ବିହାରର ରାଜ୍ୟପାଳ ମଧ୍ୟ ଥିଲେ । ୨ ମାସ ତଳେ କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହୋଇଛି ।

ସତ୍ୟପାଲ ମଲିକ ୨୦୧୮ ଅଗଷ୍ଟରୁ ୨୦୧୯ ଯାଏ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିଲେ । ତାଙ୍କ କାର୍ଯ୍ୟକାଳରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଅକ୍ଟୋବର ୨୦୧୭ରୁ ୨୦୧୮ ଯାଏ ବିହାର ରାଜ୍ୟପାଳ ଥିଲେ । ୨୧ ମାର୍ଚ୍ଚ ୨୦୧୮ରୁ ମେ ୨୮ ୨୦୧୮ ଯାଏ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ଗୋଆର ୧୮ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଅକ୍ଟୋବର ୨୦୨୨ ଯାଏ ମେଘାଳୟର ୨୧ତମ ରାଜ୍ୟପାଳ ରୂପରେ କାର୍ଯ୍ୟ କରିଥିଲେ । 

ଯେବେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଏବଂ ଧାରା ୩୫(ଏ) ଉଚ୍ଛେଦ କରାଯାଇଥିଲା, ସେତେବେଳେ ସତ୍ୟପାଲ ମଲିକ ରାଜ୍ୟପାଳ ଥିଲେ । ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା । ସତ୍ୟପାଲ ମଲିକ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ହୋଇଥିଲେ । ତାଙ୍କ ବିୟୋଗକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି ଜେଡିୟୁ ନେତା କେସି ତ୍ୟାଗୀ । ଆମର ରାଜନୈତିକ ଜୀବନ ଏକାଠି ଆରମ୍ଭ ହୋଇଥିଲା । ଆମେ ଦୁହେଁ ଚୌଧୁରୀ ଚରଣ ସିଂହଙ୍କ ନେତୃତ୍ୱରେ ଲୋକଦଳରେ ଦୀର୍ଘ ସମୟ ଧରି ଏକାଠି ଥିଲୁ ।  ପରେ,ଆମେ ଦୁହେଁ ଭିପି ସିଂହଙ୍କ ସରକାରରେ ଏକାଠି ସାଂସଦ ହୋଇଥିଲୁ । ତାଙ୍କ ବିଦାୟ ସହିତ, ପଶ୍ଚିମ ୟୁପିର ଦୃଢ଼ ସ୍ୱର ନୀରବ ଯାଇଥିବା କହିଛନ୍ତି କେସି ତ୍ୟାଗୀ ।

'ସତ କହିବାକୁ ଚାହେଁ'- ସତ୍ୟପାଲ ଜୁନ୍‌ ୭ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଜମ୍ମୁ-କାଶ୍ମୀରର ଏକ ମାମଲା ଉଲ୍ଲେଖ୍ୟ କରିଥିଲେ ଯାହାକୁ ନେଇ ତାଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସେ ଲେଖିଥିଲେ, ମାସେ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଛି । କୀଡନି ସମସ୍ୟାରେ ପୀଡ଼ିତ ଅଛି । ମୁଁ ରୁହେ କି ରୁହେ ଦେଶବାସୀଙ୍କୁ ସତ କହିବାକୁ ଚାହୁଁଛି । ମୁଁ ଯେବେ ରାଜ୍ୟପାଳ ଥିଲି ମୋତେ ୧୫୦କୋଟି ଲାଞ୍ଚ ଦିଆଯାଇଥିଲା । ହେଲେ ମୁଁ ତାହାକୁ କେବେ ଗ୍ରହଣ କରିନଥିଲି । ରାଜ୍ୟପାଳ ଥିବା ସମୟରେ ଚାଷୀ ଆନ୍ଦୋଳନ ଚାଲିଥିଲା । ରାଜନୈତିକ ପଦରେ ଥାଇ ବି ଚାଷୀ ଦାବି ଉଠାଇଥିଲି । ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଜନ୍ତର-ମନ୍ତରରୁ ଦିଲ୍ଲୀ ଗେଟ୍ ଯାଏ ସେମାନଙ୍କୁ ଲଢେଇକୁ ସମର୍ଥନ କରିଥିଲି । ପୁଲୱାମା ହମଲାରେ ସହୀଦ ଯବାନଙ୍କ ମାମଲା ଉଠାଇଥିଲି । ଯାହାକୁ ଆଜର ସରକାର କୌଣସି ତଦନ୍ତ କରିନାହିଁ । ଏ ସରକାର ମୋତେ ସିବିଆଇ ଡର ଦେଖାଇ ଫସାଇବାକୁ ସୁଯୋଗ ଖୋଜୁଛି ।''

ସତ୍ୟପାଲଙ୍କ ରାଜନୈତିକ କ୍ୟାରିୟର-ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ ମସିହାରେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ହିସାୱାଡା ଗାଁରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ।  ମୀରଠ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ସ୍ନାତକ ସମାପ୍ତ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତି ଜଗତରେ ପ୍ରବେଶ କରିଥିଲେ। ସେ ୧୯୬୮-୬୯ ମଧ୍ୟରେ ଛାତ୍ର ସଂଘର ସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରେ ସେ ପ୍ରଥମ ଥର ପାଇଁ ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ, ସେ ୧୯୮୦-୮୬ ଏବଂ ୮୬-୮୯ ମଧ୍ୟରେ ୟୁପିରୁ ରାଜ୍ୟସଭାକୁ ଯାଇଥିଲେ। ୧୯୮୯-୧୯୯୧ ପର୍ଯ୍ୟନ୍ତ ଜନତା ଦଳ ଟିକେଟରେ ୯ମ ଲୋକସଭା ପାଇଁ ଆଲିଗଡ଼ରୁ ସାଂସଦ ଥିଲେ। ଏହା ପରେ, ୧୯୯୬ ମସିହାରେ, ସେ ସମାଜବାଦୀ ପାର୍ଟି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ଚତୁର୍ଥ ସ୍ଥାନରେ ରହିଥିଲେ ଏବଂ ୪୦ ହଜାର ୭୮୯ ଭୋଟରେ ନିର୍ବାଚନ ହାରି ଯାଇଥିଲେ । ଲୋକତନ୍ତ୍ର ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.