ନୂଆଦିଲ୍ଲୀ,୨୬/୦୧: ୨୦୨୫ ମସିହା ପାଇଁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର 'ପଦ୍ମ ପୁରସ୍କାର' (ପଦ୍ମଶ୍ରୀ, ପଦ୍ମବିଭୂଷଣ, ପଦ୍ମଭୂଷଣ) ଘୋଷଣା ହୋଇଛି । କଳା, ବିଜ୍ଞାନ, ଶିକ୍ଷା, ଔଷଧ, ସାହିତ୍ୟ, ସମାଜସେବା, କ୍ରୀଡା ଓ ପ୍ରଶାସନିକ ସେବା ଇତ୍ୟାଦି କ୍ଷେତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ । ପୂର୍ବତନ ହକି ଖେଳାଳି ପିଆର ଶ୍ରୀଜେଶଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିବ । ଏହା ସହିତ ନିକଟରେ କ୍ରିକେଟରୁ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।
୨୦୨୫ ମସିହା ପାଇଁ ରାଷ୍ଟ୍ରପତି ୧୩୯ଟି ପଦ୍ମ ପୁରସ୍କାର ଅନୁମୋଦନ କରିଛନ୍ତି । ଏହି ତାଲିକାରେ ୭ ପଦ୍ମବଭୂଷଣ, ୧୯ଟି ପହ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ ରହିଛି । କ୍ରୀଡାରେ ପୂର୍ବତନ ହକି ଖେଳାଳି ତଥା ଗୋଲକିପର ପିଆର ଶ୍ରୀଜେଶଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ । କେରଳ ପିଆର ଶ୍ରୀଜେଶଙ୍କ ଭାରତୀୟ ହକି ପ୍ରତି ଅତୁଳନୀୟ ଅବଦାନ ରହିଛି । ତାଙ୍କୁ ଗୋଲକୋଷ୍ଟର କାନ୍ଥ ବୋଲି କୁହାଯାଏ । ସେହିପରି କ୍ରିକେଟର ଅଶ୍ବିନୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।
୩୬ ବର୍ଷୀୟ ପିଆର ଶ୍ରୀଜେଶ ଭାରତୀୟ ହକି ଦଳରେ ଗୋଲ କିପର ଦାୟିତ୍ବ ତୁଲାଇଥିଲେ । ଲଗାତାର ଦ୍ବିତୀୟ ଥର ଅଲମ୍ପିକ୍ସ ପଦକ ଜିତିଥିବା ଭାରତୀୟ ହକି ଦଳରେ ଥିଲେ ଶ୍ରୀଜେଶ । ପ୍ୟାରିସ ଅଲମ୍ପିକ୍ସ ପରେ ଅବସର ଘୋଷଣା କରିଥିଲେ ଶ୍ରୀଜେଶ । ବର୍ତ୍ତମାନ ସେ ଜୁନିୟର ପୁରୁଷ ହକି ଦଳର କୋଚ ଦାୟିତ୍ବ ତୁଲାଉଛନ୍ତି ।