ମୁମ୍ବାଇ,୮/୭ : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ ୫୪ତମ ଜନ୍ମଦିନରେ ‘ଆଇସିସି ହଲ ଅଫ ଫେମ’ରେ ସାମିଲ କରାଯାଇଛି । ସେ ଏଥିଲାଗି ଆଇସିସିର ଅଧ୍ୟକ୍ଷ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଏହି ବଡ଼ ସମ୍ମାନର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗାଙ୍ଗୁଲି ଆଇସିସି ହଲ୍ ଅଫ ଫେମରେ ସାମିଲ ହୋଇଥିବା ଭାରତର ୧୦ମ ପୁରୁଷ କ୍ରିକେଟର ହେଲେ । ଏହା ବ୍ୟତୀତ ଲିଷ୍ଟରେ ଭାରତର ୨ ମହିଳା କ୍ରିକେଟର ବି ସାମିଲ ଅଛନ୍ତି । ପୁରୁଷ ଏବଂ ମହିଳା କ୍ରିକେଟର ମିଶି ସେ ଏହି ସମ୍ମାନ ପ୍ରାପ୍ତ କରିଥିବା ୧୨ତମ ଭାରତୀୟ ଖେଳାଳୀ ହୋଇଛନ୍ତି ।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ଦାଦା ଲେଖିଛନ୍ତି କି, ମୋତେ ହଲ୍ ଅଫ ଫେମରେ ସ୍ଥାନ ଦେବା ଲାଗି ଆଇସିସି ଏବଂ ଚେୟାରମ୍ୟାନ ଜୟ ଶାହଙ୍କୁ ଧନ୍ୟବାଦ । ଏହା ବଡ଼ ସମ୍ମାନ ଅଟେ । ଏବେ ପର୍ଯ୍ୟନ୍ତ ହଲ ଅଫ ଫେମରେ ସାମିଲ ହୋଇଥିବା ୧୦ଭାରତୀୟଙ୍କ ମଧ୍ୟରୁ ଗୋଟିଏ ହେବା । କିଛି ମହାନ ନାମର ଅଂଶ ହେବା ଆଶ୍ଚର୍ଯ୍ୟଜନକ।" ସେ ବିସିସିଆଇକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ପ୍ରକାଶ ଯେ, ଗାଙ୍ଗୁଲିଙ୍କୁ ବାର୍ଥଡେରେ ଡବଲ୍ ଗିଫ୍ଟ ମିଳିଛି । ପ୍ରଥମେ ତାଙ୍କ ଉପରେ ନିର୍ମିତ ବାୟୋପିକ ଫିଲ୍ମର ରିଲିଜ ଡେଟ୍ ସାମ୍ନାକୁ ଆସିଛି ଏବଂ ଏବେ ତାଙ୍କୁ ଆଇସିସି ବଡ଼ ସମ୍ମାନରେ ସମ୍ମାନିତ କରିଛି । ତାଙ୍କ ଫିଲ୍ମର ନାମ ‘ଦାଦା ଦ ସୌରଭ ଗାଙ୍ଗୁଲୀ ଷ୍ଟୋରୀ’ ଅଟେ, ଯାହା ୧୪ମଇ ୨୦୨୭ରେ ଫିଲ୍ମ ହଲରେ ରିଲିଜ ହେବ ।