ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୮୪ ବର୍ଷରେ ପାଦ ଥାପିଲେ ଫାରୁକ୍ ଅବଦୁଲ୍ଲା, ଡାକ୍ତରୀ ପାଠପଢ଼ି ରାଜନୀତିରେ କରିଥିଲେ ଏଣ୍ଟ୍ରି

Published By : Swapna Ray | October 21, 2024 12:11 PM

ନୂଆଦିଲ୍ଲୀ, ୨୧। ୧୦: ତିନି ଥର ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଫାରୁକ୍ ଅବଦୁଲ୍ଲା । ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀର ଭୂମିକା ତୁଲାଇଛନ୍ତି । ଆଜି ସେ ୮୪ ବର୍ଷରେ ପାଦ ଥାପିଛନ୍ତି ଫାରୁକ ଅବଦୁଲ୍ଲା ମନମୋହନ ସିଂସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଗତ ୫ ଦଶକ ଧରି ଜମ୍ମୁକାଶ୍ମୀର ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୧୪ ପରେ ସେ ବିଜେପି ମୋର୍ଚ୍ଚାର ଖୋଲାଖୋଲି ସମର୍ଥନ କରିଥିଲେ । ବର୍ତ୍ତମାନ ସେ ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି । 

ଡା. ଫାରୁକ୍‌ ଅବଦୁଲ୍ଲାଙ୍କ ଜନ୍ମ ୧୯୩୭ ଅକ୍ଟୋବର ୨୧ରେ କାଶ୍ମୀରର ଏକ ରାଜନୈତିକ ପରିବାରରେ ତାଙ୍କର ଜନ୍ମ । ତାଙ୍କ ବାପା ଶେଖ୍ ଅବଦୁଲ୍ଲା ଜମ୍ମୁ-କାଶ୍ମୀରର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଥିଲେ । ଫାରୁକ୍‌ ନିଜ ପାଠପଢ଼ା ସାରିବା ପରେ ଲଣ୍ଡନରେ ଡାକ୍ତରୀ ପାଠ ପଢ଼ିଥିଲେ । ତାଙ୍କ ସ୍ତ୍ରୀ ମୌଲୀ ଜଣେ ବ୍ରିଟିଶ ନର୍ସ ଭାବେ କାର୍ଯ୍ୟରତ । ତାଙ୍କର ଜଣେ ପୁଅ ଉମର ଓ ଦୁଇ ଝିଅ ହିନା ଓ ସାରା । ପୁଅ ଉମର ଅବଦୁଲ୍ଲା ମଧ୍ୟ ରାଜନୀତିରେ ବେଶ୍ ସକ୍ରିୟ ଓ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ ନେତା ସଚିନ୍ ପାଇଲଟ୍‌ଙ୍କ ସହ ଫାରୁକ୍‌ଙ୍କ ଝିଅ ସାରାଙ୍କ ବିବାହ ହୋଇଥିଲା । କିନ୍ତୁ, ବର୍ତ୍ତମାନ ଉଭୟଙ୍କ ବିଚ୍ଛେଦ ହୋଇଛି । 

ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିଥିଲେ । ଏହି ସମୟ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ନେତାମାନଙ୍କୁ ଗୃହରେ ଅଟକ ରଖାଯାଇଥିଲା । ସେପ୍ଟେମ୍ବରରେ ତାଙ୍କ ତରଫରୁ ଏକ ହିବିୟସ୍ କର୍ପସ୍ ଆବେଦନ କରାଯିବା ପରେ ସେ ସାଧାରଣ ଜନତାଙ୍କ ବ୍ୟାଘାତ ଘଟାଇଥିବାର ଅଭିଯୋଗ ହୋଇଥିଲା । ଗିରଫ ଆଦେଶ ଶେଷ ହେବା ପରେ ମାର୍ଚ୍ଚ ୨୦୨୦ରେ ତାଙ୍କୁ ମୁକ୍ତ କରାଯାଇଥିଲା । ଫାରୁକ୍ ଅବଦୁଲ୍ଲା ୧୯୮୦ରେ ଶ୍ରୀନଗରରୁ ଲୋକସଭା ଆସନ ଜିତିଥିଲେ ଓ ସଂସଦରେ ପହଞ୍ଚିଥିଲେ । ସେ ନିଜ ରାଜନୈତିକ ଜୀବନୀରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟରତ ଥିବା ବେଳେ ଦେଶ ଓ ରାଜ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.