ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀରର ପୂର୍ବତନ ଡିଜିପି ଏସପି ବୈଦ ପାକିସ୍ତାନ ପକ୍ଷରୁ ଆତଙ୍କୀ ଶିବିରର ପୁନଃଗଠନକୁ ନେଇ ଟାର୍ଗେଟ କରାଯାଉଛି। ନ୍ୟୁଜ ଏଜେନ୍ସି ଏଏନ୍ଆଇ ସହ ଆଲେଚନା ବେଳ କହିଛନ୍ତି, ୭ ମଇରେ ୯ ପାକିସ୍ତାନୀ ଟ୍ରେନିଂ ଶିବିରକୁ ନଷ୍ଟ କରିଥିଲା ଭାରତ। ଏଥିରେ ଲସ୍କର-ଇ-ତୋଇବାର ମୁଖ୍ୟାଳୟ ମୁରିଦକେ ମଧ୍ୟ ରହିଛି। ସେ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଯେ, ପାକିସ୍ତାନ ବନ୍ୟା ପ୍ରଭାବିତ ଲୋକଙ୍କ ସାହାଯ୍ୟ ନାମରେ ଏକାଠି କରାଯାଇଥିବା ଦାନର ଉପଯୋଗ ମୁରିଦକେରେ ଆତଙ୍କୀ ମୁଖ୍ୟାଳୟର ନିର୍ମାଣ ପାଇଁ କରାଯାଉଛି ବୋଲି କହିଛନ୍ତି ବୈଦ।ଏହାର ପୁନଃ ନିର୍ମାଣରେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରୁ ୪ କୋଟି ଟଙ୍କା ପାକିସ୍ତାନ ସରକାର ଦେଇଛନ୍ତି।
ପୂର୍ବତନ ଡିଜିପି ଏସ୍ପି ବୈଦ ପାକିସ୍ତାନର ଲୋକଙ୍କୁ ଅପିଲ କରିଛନ୍ତି, ସେମାନେ ନିଜର ଶାସକ ଓ ସେନାର ଜେନେରାଲଙ୍କ ସତ୍ୟତା ଜାଣିବା ଦରକାର। ବନ୍ୟା ପ୍ରଭାବିତ ଗରିବ ଲୋକଙ୍କ ସାହାଯ୍ୟ କରିବା ବଦଳରେ ସରକାରୀ ଧନକୁ ଆତଙ୍କି ଢାଞ୍ଚା ତିଆରିରେ ବ୍ୟବହାର କରୁଛନ୍ତି।ପାକିସ୍ତାନର ଲୋକ ଏହି କଥା ଉପରେ ସମ୍ପୂର୍ଣ୍ଣ ଧ୍ୟାନ େଦବା ଦରକାର।
ଲସ୍କର-ଇ-ତୋଇବାର ମୁରିଦକେ ସ୍ଥିତ ମୁଖ୍ୟାଳୟ ୭ ମଇରେ ଭାରତୀୟ ବାୟୁସେନା ଅପେରସନ୍ ସିନ୍ଦୂରରେ ସଠିକ୍ ଆକ୍ରମଣ ଦ୍ବାରା ଧ୍ବଂସ କରିଦେଇଥିଲା। ଏହି ଆକ୍ରମଣରେ କ୍ୟାଡର ଆବାସ, ହତିଆର ବଣ୍ଟନ ଓ ପ୍ରମୁଖ ବିଲ୍ଡିଂକୁ ନଷ୍ଟ କରି ଦିଆଯାଇଥିଲା। ଯାହାଫଳରେ ଏଲଇଟିର କମାଣ୍ଡୋ ହବ୍ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିଲା। ତାଜା ଗୁଇନ୍ଦା ସୂଚନା ଅନୁସାରେ ଜଣାପଡିଛି ଯେ, ପାକିସ୍ତାନ ଏହି ଆତଙ୍କୀ ସଂଗଠନର ପୁନଃ ନିର୍ମାଣ ପାଇଁ ଧନ ଏକାଠି କରୁଛି। କମାଣ୍ଡର ମୌଲାନା ଅବୁ ଜର ଓ ୟୁନୁଶ ଶହ ବୁଖାରୀ ଏହି ପ୍ରୋଜେକ୍ଟର ଦେଖାଶୁଣା କରୁଛନ୍ତି, ଯାହାର ସମୟ ସୀମା ୫ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।