ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ବେଙ୍ଗାଲୁରୁରେ କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା, ପତ୍ନୀ ହତ୍ୟା କରିଥିବା ସନ୍ଦେହ...

Published By : Prameya | April 20, 2025 8:51 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ବଡ ଏବେ ସାମ୍ନାକୁ ଆସୁଛି । ବେଙ୍ଗାଲୁରୁରେ ପୂର୍ବତନ କର୍ଣ୍ଣାଟକ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ସନ୍ଦେହ କରାଯାଉଛି କି, ତାଙ୍କ ସ୍ତ୍ରୀ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି। ତାଙ୍କ ମୃତଦେହ ବେଙ୍ଗାଲୁରୁର HSR ଲେଆଉଟ୍ ସ୍ଥିତ ତାଙ୍କ ଘରୁ ମିଳିଛି । ଘଟଣା ସମୟରେ, ଘରେ କେବଳ ତାଙ୍କ ସ୍ତ୍ରୀ ଏବଂ ଝିଅ ଉପସ୍ଥିତ ଥିଲେ, ଯେଉଁମାନେ ଘରର ଡାଇନିଂ ରୁମ୍‌ରେ ଥିଲେ। ପତ୍ନୀ ହିଁ ଫୋନ୍ କରି ଏ ବିଷୟରେ ପୋଲିସକୁ ଜଣାଇଥିଲେ।

ସୂଚନା ଅନୁସାରେ, ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତଦେହ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ଓମ ପ୍ରକାଶ ତାଙ୍କ ପରିବାର ସହିତ ବେଙ୍ଗାଲୁରୁର ଏଚ୍ଏସଆର ଲେଆଉଟରେ ରହୁଥିଲେ। ରବିବାର ଅପରାହ୍ନରେ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ସୂଚନା ମିଳିବା ମାତ୍ରେ ପୋଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାମଲାର ତଦନ୍ତ ଚାଲିଛି। ତଦନ୍ତ ପରେ ଜଣାପଡିଛି ଯେ ତାଙ୍କୁ ହତ୍ୟା କରାଯାଇଛି।

ପୋଲିସ ସନ୍ଦେହ କରୁଛି ଯେ ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଛନ୍ତି, କାରଣ ତାଙ୍କ ସ୍ତ୍ରୀ ଏବଂ ଝିଅ ଏହି ସମୟରେ ଘରେ ଉପସ୍ଥିତ ଥିଲେ, ପୋଲିସ ସୂତ୍ର ଅନୁଯାୟୀ, ପତ୍ନୀ ହିଁ ପୋଲିସକୁ ଫୋନ୍ କରି ହତ୍ୟା ବିଷୟରେ ଜଣାଇଥିଲେ, କିନ୍ତୁ ଯେତେବେଳେ ପୋଲିସ ଦଳ ସେମାନଙ୍କ ଘରେ ପହଞ୍ଚିଲେ, ସେମାନେ କବାଟ ଖୋଲିବାକୁ ମନା କରିଦେଲେ। ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି। ବର୍ତ୍ତମାନ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶରୀରରେ ଆଘାତ ଚିହ୍ନ ମଧ୍ୟ ମିଳିଛି।

ଆପଣଙ୍କୁ କହି ରଖୁଛୁ ଯେ ୧୯୮୧ ବ୍ୟାଚର ୬୮ ବର୍ଷୀୟ ଆଇପିଏସ ଅଧିକାରୀ ଓମ ପ୍ରକାଶ ବିହାରର ଚମ୍ପାରଣର ମୂଳ ବାସିନ୍ଦା ଥିଲେ। ସେ ଏମ୍.ଏସ୍.ସି. ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ୧ ମାର୍ଚ୍ଚ ୨୦୧୫ରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.