ଭୁବନେଶ୍ଵର, ୧୯/୨୦ : ବିଜେଡିର ପରାଜୟ ପଛର ୪ କାରଣ କହିଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, ବିଜେଡି ନିର୍ବାଚନରେ ହାରିବା ପଛରେ ପ୍ରମୁଖ କାରଣ ହେଉଛି ପ୍ରାର୍ଥୀ, ଦଳ, ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି। ଆମ ଇସ୍ତାହାର ଠାରୁ ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା। ସୁଭଦ୍ରା, ଧାନ ଏମଏସପି ୩୧୦୦, ମାଗଣା ବିଜୁଳି ଭଳି ବିଜେପି ବଡ଼ ବଡ଼ କଥା କହିଲା। ଆମେ ଆମ ଇସ୍ତାହାର ପାଇଁ ଅନେକ ପ୍ରସ୍ତାବ ଦେଇଥିଲୁ। ସେଥିରୁ କିଛି ଗ୍ରହଣ ହେଲାନି। ନବୀନ ବାବୁ ନିର୍ବାଚନୀ ପ୍ରଚାରକୁ ଯାଇଥିଲେ। କିନ୍ତୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା।

ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି ଯେ, ପରାଜୟ ପରେ ଆମେ ସବୁ ବିଷୟରେ ଦଳପତିଙ୍କୁ ଜଣାଇଛୁ। ସେ ସମୀକ୍ଷା କରୁଛନ୍ତି। ପଦକ୍ଷେପ ନେବେ। ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବ୍ୟକ୍ତିଗତ ମତ ଦେଇଛନ୍ତି। ତାଙ୍କ କଥାରେ ସତ୍ୟତା ରହିଛି ନା ନାହିଁ ମୁଁ କହିପାରିବିନି। ସେ ଏବେ ଅନ୍ୟ ଦଳରେ।