ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ପୂର୍ବତନ ବିଧାୟକ ଫକୀର ମହମ୍ମଦ ଖାନ

Published By : Tapas Panda | March 20, 2025 4:20 PM

Image courtesy: indiatvnews

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପୂର୍ବତନ ବିଜେପି ବିଧାୟକ ଫକୀର ମହମ୍ମଦ ଖାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଜମ୍ମୁକାଶ୍ମୀର ବିଜେପିର ବରିଷ୍ଠ ନେତା ଥିଲେ ଫକୀର ମହମ୍ମଦ । ଗୁରୁବାର (ମାର୍ଚ୍ଚ ୨୦) ଜମ୍ମୁକାଶ୍ମୀର ବିଧାନସଭାରେ ତାଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି ।

ଶ୍ରୀନଗରର ଏକ ଉଚ୍ଚ ସୁରକ୍ଷା ଅଞ୍ଚଳ ତୁଳସୀବାଗରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସରକାରୀ ସୂତ୍ର ଅନୁଯାୟୀ, ସେ କ୍ୱାର୍ଟର ନମ୍ବର 9Aରେ ତାଙ୍କର ଜଣେ ପିଏସଓଙ୍କ ସର୍ଭିସ୍ ରାଇଫଲ୍‌ରୁ ନିଜକୁ ଗୁଳି କରିଥିଲେ । ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ଶ୍ରୀନଗରର SMHS ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଫକୀର ମହମ୍ମଦଙ୍କ ଆତ୍ମହତ୍ୟା ନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଗତବର୍ଷ ବିଧାନସଭା ନିର୍ବାଚନରେ ବିଜେପି ଗୁରେଜ୍ ଆସନରୁ ଫକୀର ମହମ୍ମଦ ଖାନଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ସେ ପରାସ୍ତ ହୋଇଥିଲେ । ନ୍ୟାସନାଲ କନଫରେନ୍ସର ନାଜିର ଅହମ୍ମଦ ଖାନ ତାଙ୍କୁ ୧୦୪୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ନିବାସୀ ଫକୀର ମହମ୍ମଦ ଖାନ ଜଣେ ପ୍ରବୀଣ ରାଜନେତା ଥିଲେ । ସେ ୧୯୯୬ ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ । ଫକୀର ମହମ୍ମଦ ଖାନ ପିଡିପିରେ ଯୋଗ ଦେଇଥିଲେ ଏବଂ ୫ ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଦଳରୁ ଇସ୍ତଫା ଦେଥିଲେ । ମାର୍ଚ୍ଚ ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ ଫକୀର ମହମ୍ମଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.