ଫିରିଙ୍ଗିଆ: ପୂର୍ବତନ ବିଧାୟକ ଅଙ୍ଗଦ କହଁର । କଳା ହଳଦୀ ଚାଷ କରି ଚାଷୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ୬୩ ବର୍ଷ ବୟସରେ ସେ କରିଛନ୍ତି କଳା ହଳଦୀ ଚାଷ । ଏବେ ଏହି ହଳଦୀ କନ୍ଧମାଳ ଜିଲ୍ଲାରେ ପ୍ରାୟ ମିଳୁନାହିଁ । କଳା ହଳଦୀର ମୂଲ୍ୟ ହଜାର ହଜାର ଟଙ୍କାରେ ମଧ୍ୟ ବିକ୍ରି ହେଉଛି । ମାତ୍ର ସାତ ଖଣ୍ଡ ହଳଦୀ ଆଣି ପୂର୍ବତନ ବିଧାୟକ ନିଜ ବାଡ଼ିରେ ଚାଷ କରିଥିଲେ । ଆଉ ଏବେ ଜଣେ ସଫଳ ଚାଷୀଭାବେ ଉଭା ହୋଇଛନ୍ତି ।
୪ ଶହ କୋଡିଏ ଟଙ୍କାର ହଳଦୀ କିଣି ପ୍ରଥମେ ବିହନ କରିଥିଲେ । ଆଉ ଏବେ ସେ ପ୍ରାୟ ୫୦ କେଜି ହଳଦୀ ଅମଳ କରିଛନ୍ତି ।କଳା ହଳଦୀ ଚାଷ କୁ ନେଇଁ ପୂର୍ବତନ ବିଧାୟକ ଅଙ୍ଗଦ କହଁର ଚାଷ କରି ଅଞ୍ଚଳ ତଥା ଜିଲ୍ଲାରେ ଚର୍ଚ୍ଚାରେ ରହିଥିବା ବେଳେ ଚାଷୀ ମାନେ ମଧ୍ୟ କଳା ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।ବିହନ ପାଇଁ କେହି କେହିଯାଇ ପଚାରୁଛନ୍ତି । ତେବେ ଏହି କଳା ହଳଦୀରେଭରପୁର ଔଷଧୀୟ ଗୁଣ ରହିଥିବାରୁ ଏହାର ମୂଲ୍ୟ ମଧ୍ୟ ବହୁତରହିଛି ।ଅଙ୍ଗଦ କହଁରଙ୍କୁ ଆୟୁର୍ବେଦିକ ଡାକ୍ତର ମାନେ ମଧ୍ୟ କଳା ହଳଦୀ ଚାଷ କରିବାକୁ ପ୍ରୋତ୍ସାହିତ କରିଛନ୍ତି ।ଅଧିକ ଅମଳ ହେଲେ କିଣିକି ନେବେ ବୋଲି କହିବା ସହ ଆସିକି ମଧ୍ୟ କେହି କେହି ଦେଖିଥିବା କହିଛନ୍ତି ପୂର୍ବତନ ବିଧାୟକ ଅଙ୍ଗଦ କହଁର। ଏହାସହଦିଲ୍ଲୀରୁ ମଧ୍ୟ ଜଣେ ଆୟୁର୍ବେଦିକ ଡାକ୍ତର ଫୋନ ଯୋଗେ କଥା ହୋଇ ଚାଷ କରିବାକୁ କହିଥିଲେ । ଏହାସହବିଭିନ୍ନ ଜାଗାରୁ ଫୋନ ଆସୁଥିବାରୁ ଚାଷ ପ୍ରତି ଆଗ୍ରହ ବଢିଥିବା କହିଛନ୍ତି ।
ଏହାସହ ସେ କହିଛନ୍ତି କି,ଆଗାମୀ ଦିନରେ ଅଧିକ ଚାଷ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମଧ୍ୟ ଏହି ଚାଷକରିକିଭଳିଅଧିକରୋଜଗାର କ୍ଷମ ହୋଇ ପାରିବେ ସେନେଇପ୍ରୟାସକରାଯିବ ।ପୂର୍ବତନ ବିଧାୟକ ହୋଇଥିଲେ ମଧ୍ୟ ଜଣେ ସଫଳ ଚାଷୀ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୂର୍ବରୁ କଳା ଧାନ,ରକ୍ତ ଚନ୍ଦନ,କଳା ମାଣ୍ଡିଆ ଓ କଳା ଧାନ ଚନ୍ଦନ,ସହ ବିଭିନ୍ନ ଚାଷ କରି ଚର୍ଚ୍ଚାରେ ରହିଥିଲେ । ଆଉ ଏବେ କଳା ହଳଦୀ ଚାଷୀ କରିଥିବାବେଳେ କିଲୋପ୍ରତି ବେପାରୀମାନେ ୨ ହଜାର ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏହାସହଅନ୍ୟ ଚାଷ ଅପେକ୍ଷା ଔଷଧୀୟ ଗୁଣ ଥିବା ଏହି କଳା ହଳଦୀ ଚାଷ କରି ଭଲ ରୋଜଗାର ହୋଇ ପାରିବ ବୋଲି ଚାଷୀଙ୍କୁ ପ୍ରେରଣା ଦେଇଛନ୍ତି।
ଅନ୍ୟପଟେ ପ୍ରକୃତରେ କେତେ ଟଙ୍କା କିଲୋ ପ୍ରତି ବିକ୍ରି ହେବ ତାହା ଜଣା ପଡ଼ିନଥିଲେ ମଧ୍ୟ ସାଧାରଣ ହଳଦୀର ପରିଶ୍ରମ ଅପେକ୍ଷା କଳା ହଳଦୀ କେବଳ କଞ୍ଚାରେ ଖୋଳି କିଲୋ ପ୍ରତି ପାଞ୍ଚ ସହ ଟଙ୍କାରେ ବିକ୍ରି ହେଲେ ମଧ୍ୟ ଜଣେ ଚାଷୀ ଭଲ ରୋଜଗାର କରିପାରିବକହିଛନ୍ତି ।ପ୍ରଶାସନ ତରଫରୁ ଅଞ୍ଚଳରେ କଳା ହଳଦୀ ଚାଷ ପାଇଁ ପ୍ରୋତ୍ସାହନଦେବା ସହସୁବିଧା ଯୋଗାଇଦେଲେ ଚାଷୀମାନେ ଅଧିକ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଅଙ୍ଗଦ ।ବିନା ରାସାୟନିକ ସାରରେ କେବଳ ଗୋବର ଖତରେ ଚାଷ କରି ଭଲ ଚାଷ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ପରିବାର ଲୋକଙ୍କ ସହଯୋଗକୁ ମଧ୍ୟ ସେ ପ୍ରଂଶସା କରିଛନ୍ତି ।