ଭୁବନେଶ୍ବର,୧।୯ : ସିସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ସିବିଆଇ ଜେରା କରିଛି।  ଗତ ଜୁଲାଇ ୨୮ ତାରିଖରେ ସିବିଆଇ ଜେରା କରିଥିବା  ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରବି ଜେନା।  ତେବେ ରବି ଜେନାଙ୍କ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ବଳବତ୍ତର ରଖିଛନ୍ତି।

ତଦନ୍ତରେ ସହଯୋଗ ପାଇଁ ହାଇକୋର୍ଟ ଦେଇଥିଲେ ନିର୍ଦେଶ। ରବିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ, ପୂର୍ବରୁ ହୋଇଛି ଅନ୍ତରୀଣ ନିର୍ଦେଶ । ଆସନ୍ତା ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।