ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ, ହାଇକୋର୍ଟ ଦେଲେ କ୍ଲିନ୍ ଚିଟ୍...

Published By : Prameya | November 27, 2024 7:45 PM

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷ ଖଲିଦା ଜିଆଙ୍କୁ ବୁଧବାର ହାଇକୋର୍ଟ ଏକ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୮ ରେ ଜିଆ ଚାରିଟେବୁଲ୍ ଟ୍ରଷ୍ଟ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଢାକାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।

ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜିଆଙ୍କ ଆବେଦନ ଆଧାରରେ ଜଷ୍ଟିସ ଏ.କେ.ଏମ ଆସାଦୁଜାମା ଏବଂ ସୟଦ ଇନାୟତ ହୁସେନଙ୍କ ବେଞ୍ଚ ଜିଆଙ୍କ ଆବେଦନକୁ ଆଧାର କରି ଢାକା କୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୧ ରେ ଦୁର୍ନୀତି ନିବାରଣ ଆୟୋଗ (ଏସିସି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜିଆ ଚାରିଟେବୁଲ ଟ୍ରଷ୍ଟର ଖଲିଦା ଏବଂ ଅନ୍ୟ ତିନିଜଣ ଖାଲିଦାଙ୍କ ରାଜନୈତିକ ସଚିବ ଜିଆଉଲ ଇସଲାମ ମୁନ୍ନା, ଆସିଷ୍ଟାଣ୍ଟ ପ୍ରାଇଭେଟ୍ ସେକ୍ରେଟେରୀ (ଏପିଏସ୍) ହାରିସ୍ ଏବଂ ଢାକା ନଗର ମେୟର ସାଦିକଙ୍କ ଏପିଏସ୍ ମୋନିରୁଲ ଇସଲାମ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ତେଜଗାଓଁରେ କ୍ଷମତାର ଅପବ୍ୟବହାର କରି ଟ୍ରଷ୍ଟ ପାଇଁ ଅଜ୍ଞାତ ଉତ୍ସରୁ ଟଙ୍କା ସଂଗ୍ରହ ପାଇଁ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା।

ଏହା ପୂର୍ବରୁ ଖଲିଦା ଜିଆଙ୍କୁ ଅନାଥ ଆଶ୍ରମ ଟ୍ରଷ୍ଟ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହା ପରେ ତାଙ୍କୁ ଫେବୃଆରୀ ୮, ୨୦୧୮ ରେ ପୁରୁଣା ଢାକା କେନ୍ଦ୍ରୀୟ ଜେଲରେ ରଖାଯାଇଥିଲା । ଅକ୍ଟୋବର ୩୦, ୨୦୧୮ରେ ହାଇକୋର୍ଟ ତାଙ୍କ ଦଣ୍ଡକୁ ୧୦ ବର୍ଷକୁ ବୃଦ୍ଧି କରିଥିଲେ। ପରେ ତାଙ୍କୁ ଜିଆ ଚାରିଟେବୁଲ ଟ୍ରଷ୍ଟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

କୋଭିଡ ସମୟରେ ଶେଖ ହସିନା ସରକାର ୭୭୬ଦିନ ପରେ ଖାଲିଦା ଜିଆଙ୍କୁ ସାମୟିକ ଭାବେ ଜେଲରୁ ମୁକ୍ତ କରିଥିଲେ । ୨୫ ମାର୍ଚ୍ଚ ୨୦୨୦ ରେ ତାଙ୍କ ଦଣ୍ଡ ସ୍ଥଗିତ ରଖାଯାଇଥିଲା । ସେ ତାଙ୍କ ଗୁଲଶାନ ଘରେ ରହି ଦେଶ ଛାଡିବେ ନାହିଁ ବୋଲି ଏକ ସର୍ତ୍ତ ରଖାଯାଇଥିଲା । ମାର୍ଚ୍ଚ ୧୯୯୧ ରୁ ମାର୍ଚ୍ଚ ୧୯୯୬ ପର୍ଯ୍ୟନ୍ତ ଏବଂ ଜୁନ୍ ୨୦୦୧ରୁ ଅକ୍ଟୋବର ୨୦୦୬ ପର୍ଯ୍ୟନ୍ତ ଖାଲିଦା ଜିଆ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.