କେସିଙ୍ଗା,୨୪/୨ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ପଞ୍ଚାୟତର ପୂର୍ବତନ ସରପଂଚ ରାଜପତି ସାହୁ ତାଙ୍କ ଗାଁ ବେଲସାପଡାସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପାଇଁ ୧ଏକର ଜମି ଦାନ କରିଛନ୍ତି । ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କୁ ପ୍ରୀତ ହୋଇ ଅନ୍ନଭୋଗ ନିମନ୍ତେ ସ୍ବ ଇଚ୍ଛାରେ ମହାପ୍ରଭୁଙ୍କୁ ଜମି ଦାନ କରିଥିବା ପ୍ରକାଶ।
ପ୍ଲଟ ନଂ - ୧୪୪୬/୨୯୩୭ ମାଳ କିସମର ୧ ଏକର ଜମି କେସିଙ୍ଗା ତହସିଲ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ନିଜ ଗାଁର ଭଦ୍ର ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଆଜି ଲେଖି ଦେଇଛନ୍ତି । ପୂର୍ବତନ ସରପଂଚ ରାଜପତି ସାହୁଙ୍କ ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳର ସମସ୍ତ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।