ନୂଆଦିଲ୍ଲୀ – ପଶ୍ଚିମ ଏସିଆର ଯୁଦ୍ଧ ଆମେରିକା ପାଇଁ ଏବେ ସମସ୍ୟାର ପାହାଡ଼ ସାବ୍ୟସ୍ତ ହୋଇଛି। ଆମେରିକା ଓ ଇସ୍ରାଏଲ ଯେତେ ବି ବିଜୟ ନେଇ ଉଲ୍ଲସିତ ହେଉଛନ୍ତି, କିନ୍ତୁ ସତ ତ ଏହା ଯେ,ଯେଉଁ ଭଳି ଉପାୟରେ ଇରାନ ପାଲଟା ଆକ୍ରମଣ କରିଛି , ଏହାକୁ କେବେ ସେ ଆଶା ବି କରି ନଥିଲେ। ଇରାନ ଉପରେ ଆକ୍ରମଣର ନିଷ୍ପତ୍ତିକୁ ନେଇ ଏବେ ଟ୍ରମ୍ପଙ୍କୁ ଆମେରିକାରେ ହିଁ ଚେତାବନୀ ମିଳୁଛି। ଓସାମ୍ ବିନ୍ ଲାଡେନକୁ ନିପାତ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇ ଥିବା ତତ୍କାଳୀନ ସିଆଇଏ ଚିଫ୍ ଲିୟୋନ ପେନେଟା ଟ୍ରମ୍ପଙ୍କ ଉପରେ ଆକ୍ରମଣ କରି କହିଛନ୍ତି , ସେ ବିଶ୍ୱର ସବୁଠୁ ମଜବୁତ ସେନାକୁ ଏମିତି ସ୍ଥିତିରେ ଫସାଇ ଦେଇଛନ୍ତି, ଯେଉଁଠି ସେ ନା ହୋର୍ମୁଜକୁ ଖୋଲି ପାରୁଛନ୍ତି ନା କି ନିଜର ନାଟୋ ସହଯୋଗୀଙ୍କ ସମର୍ଥନ ସାଉଁଟି ପାରୁଛନ୍ତି।
ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସିଆଇଏ ଚିଫ୍ ଥିବା ପୁନେଟା ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ ସ୍ଥିତିକୁ ସଂପୂର୍ଣ୍ଣ ରୂପେ ବୁଝି ପାରି ନାହାନ୍ତି। ବ୍ରିଟିଶ୍ ଖବର କାଗଜ ଗାର୍ଡିଆନକୁ ଦେଇଥିବା ଏକ ସାକ୍ଷାତକାରରେ ପାନେଟା କହିଛନ୍ତି, ଆମେରିକୀୟ ସେନା ଏକ ଏମିତି ସ୍ଥାନରେ ଫସି ଯାଇଛନ୍ତି , ଯେଉଁଠାରୁ ଆମର ନେତୃତ୍ୱ ବାହାର କରାଇବାକୁ ପ୍ରସ୍ତୁତ ଥିବା ମନେ ହେଉ ନାହିଁ।
ପାନେଟା କହିଛନ୍ତି , ଆମେରିକା ନିଜର ଏୟାର ଷ୍ଟ୍ରାଇକ୍ରେ ଖାମେନିଙ୍କ ହତ୍ୟା କରିଥିଲା। ଏବେ ଖାମେନିଙ୍କର ପୁଅ ମୋଜତବା ଖାମେନି ଉତ୍ତରାଧିକାରୀ ହୋଇଛନ୍ତି। ଯିଏ ଏବେ ଯୁବକ , ସବଳ ଅଛନ୍ତି ଏବଂ କଥାବାର୍ତ୍ତା ଖୁବ୍ କମ୍ କରୁଛନ୍ତି। ସେ କହିଛନ୍ତି , ଏବେ ଆମ ସାମ୍ନାରେ ଜଣେ ଯୁବ ସର୍ବୋଚ୍ଚ ନେତା ଅଛନ୍ତି,ଯିଏ ଦୀର୍ଘ ଦିନ ଯାଏ ରହିବେ ।