ଭୁବନେଶ୍ବର, ୧୬ ।୪ : ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ  ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୁତା ଆୟୋଜିତ  ହୋଇଥିଲା।ସିଏସ୍ଆଇଆର- ଆଇଏମଏମଟିର ନିର୍ଦେଶକ ଡ. ରାମାନୁଜ ନାରାୟଣ ସ୍ୱାଗତ ଭାଷଣ ଦେଇଥିଲେ। ବୈଷୟିକ ଉନ୍ନତି ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ସିଏସଆଇଆର-ଆଇଏମଏମଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ  ଗୁରୁତ୍ୱାରୋପ କରିଥିଲେ। 

ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ସିଏସଆଇଆରର ପୂବତନ ମହା ନିର୍ଦେଶକ ଡ. ଶେଖର ସି ମାଣ୍ଡୋ ଯୋଗ ଦେଇଥିଲେ। ଡ. ମାଣ୍ଡେ ‘ବିକଶିତ ଭାରତ ନିର୍ମାଣ  ପାଇଁ ଏସ୍ ଆାଣ୍ଡ ଟି ରୋଡମ୍ୟାପ ଉପରେ  ବକ୍ତବ୍ୟ ରଖିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ  ପରିଣତ କରିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ  ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ସହ ଉଦ୍ଭାବନ, ଜ୍ଞାନ ପ୍ରଣାଳୀର ସମନ୍ବୟ ଏବଂରାଷ୍ଟ୍ର ନିର୍ମାଣର ସିଏସଆଇଆର-ଆଇଏମଏମଟି ଭଳି ଅନୁଷ୍ଠାନର ଭୂମିକା ଉପରେ  ଆଲୋକପାତ କରିଥିଲେ। ଏହି ଅବସରରେ  କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଞ୍ଚଳିକ ଗବେଷଣା ପରୀକ୍ଷାଗାର (ଆରଆରଏଲ) ଭବନର ୧୯୬୪ ମସିହା ଏପ୍ରିଲ ୧୩ ତାରିଖରେ ସ୍ଥାପିତ ହୋଇଥିଲା।ଏହିପ୍ରତିଷ୍ଠାନ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ  ଗବେଷଣା ଓ ଉଦ୍ଭାବନକୁ  ପ୍ରାତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରୁଛି।