କଣ୍ଟାମାଳ, ୩।୧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ କୁମେଳିବନ୍ଧ ଠାରୁ ଲମ୍ବସରୀ ପଂଚାୟତ ଅନ୍ତର୍ଗତ ଡୁଲାବାଲିକୁ ସଂଯୋଗ କରୁଥିବା ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l

ଏହି ନୂତନ ରାସ୍ତା ନିର୍ମାଣ ପାଇଁ ୮କୋଟି ୩୧ ଲକ୍ଷ ୧୯ହଜାର ଟଙ୍କା ବ୍ୟୟ ଅଟକଳକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି l ଗ୍ରାମ୍ୟଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସାଗୁ ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେପି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ବିଧାୟକ ବକ୍ତବ୍ୟ ରଖିଥିଲେ ।

ଉକ୍ତ ରାସ୍ତା ପାଇଁ ଗୁଚ୍ଛାପଡା ଅଞ୍ଚଳ, ବରଗାଁ ପଂଚାୟତ, ନାରାୟଣ ପ୍ରସାଦ ପଞ୍ଚାୟତ, ଉମା ପଂଚାୟତ ଲମ୍ବସରୀ ପଂଚାୟତ, ଦପଲା ପଂଚାୟତ,ବରଗୋଚ୍ଛା ପଂଚାୟତ, ଶଗଡା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ଦେଇ ଯିବା ଆସିବା କରିପାରିବେ l ଏହି ରାସ୍ତା କାମ ଠିକ ସମୟ ସୀମା ଭିତରେ ଶୀଘ୍ର ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଜିଲା ପରିଷଦ ସଦସ୍ୟା ପଦ୍ମାଳୟା ପ୍ରଧାନ, ବରଗାଁ ସରପଞ୍ଚ ରଶ୍ମିତା ରଣା,ବରଗାଁ ସମିତି ସଭ୍ୟା ଅଙ୍ଗୁରି ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସାଗୁ ନାଏକ ମଞ୍ଚ ପରିଚାଳନା କରିଥିଲେ l କନିଷ୍ଟ ଯନ୍ତ୍ରୀ ଇଂ ଶ୍ୟାମ ସୁନ୍ଦର ହେମ୍ରମଙ୍କ ସହ ବିଭାଗର କର୍ମଚାରୀ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଇଂ ସାଗୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l