ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫସଲ ନଷ୍ଟ କରୁଛନ୍ତି ୪ ଟିକିଆ ହାତୀପଲ; ରାତିରେ ବିଦ୍ୟୁତ କାଟ୍‌ ଯୋଗୁ ହନ୍ତସନ୍ତ ଲୋକେ

Published By : Soubhagya Ranjan | March 31, 2025 11:40 PM

Image source: Internet

ପାରଳାଖେମୁଣ୍ଡି,୩୧/୦୩: କିଛି ଦିନ ହେଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ କାଶୀନଗର ବନାଞ୍ଚଳରେ ୪ ଟିକିଆ ହାତୀପଲ ଫସଲ ନଷ୍ଟ କରୁଛନ୍ତି । ଏପରିକି ଗାଁ ନିକଟକୁ ଆସୁଥିବାରୁ ଗ୍ରାମବାସୀ ଭୟଭୀତ ରହିଛନ୍ତି । ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରେ ବିଦ୍ୟୁତ କାଟ କରାଯାଉଛି । ଗରମ ଗୁଳୁଗୁଳିରେ ଶୋଇ ପାରୁ ନାହାନ୍ତି ଗ୍ରାମବାସୀ । ପୁରୁଟିଗୁଡ଼ା, ଖାଣ୍ଡବା, ସାରା, ବାଡ଼ିଗାଁ, ସିଆଳି, କରଣୀଭଦ୍ରା, ଜାଇଗୁଡା, ଆଦର୍ଶ ନଗର ଆଦି ଗ୍ରାମାଞ୍ଚଳରେ ପନିପରିବା ସହ ତରଭୁଜ, କଦଳୀ ଆଦି ପ୍ରଚୁର ପରିମାଣର ଚାଷ ହୋଇଛି । ଅମଳ ସମୟରେ ହାତୀ ଉପଦ୍ରବ ଦେଖିବାକୁ ମଳିଛି । ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜନବସତି ମୁହାଁ ହେଉଛନ୍ତି ହାତୀ। ଖରାଦିନରେ ଜଙ୍ଗଲରେ ପତ୍ରଝଡ଼ା ଯୋଗୁଁ ଡାଳପତ୍ର ନାହିଁ । ସେଥିରେ ପୁଣି ଜଙ୍ଗଲରେ ପାଣି ପିଇବାକୁ ନାହିଁ । ସେଥିପାଇଁ ବଂଶଧାରା ନଦୀକୂଳକୁ ଆସିଥାନ୍ତି ହାତୀପଲ। 

ଏପଟେ ପନିପରିବା ଅମଳ ସମୟ ଫଳରେ ଖାଇବାକୁ ଯଥେଷ୍ଟ ମିଳୁଛି । ହାତୀ ଉପଦ୍ରବକୁ ନେଇ ଉଭୟ ବନ ବିଭାଗ ଓ ଜନସାଧାରଣ ଚିନ୍ତିତ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲ ବୁଲୁଥିବା ଅଞ୍ଚଳର ଲୋକଙ୍କୁ ସତର୍କ କରାଇବା ସହିତ ସଂପୃକ୍ତ ଅଞ୍ଚଳ ବିଦ୍ୟୁତ୍‌ କାଟ କରାଯାଉଛି । ଏନେଇ ଗରମରେ ହଇରାଣ ହେଉଥିବା ସହିତ ଭୟରେ ବାହାରକୁ ଯାତାୟାତ କରିପାରୁ ନାହାନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ ଅନୁକମ୍ପା ରାଶି ମିଳିବ, ସେଥିପାଇଁ ରାଜସ୍ୱ ବିଭାଗ ସହାୟତାରେ ହାତୀଙ୍କ ଦ୍ୱାରା ନଷ୍ଟ ହେଉଥିବା ଫସଲର ଆକଳନ କରାଯାଉଛି ବୋଲି କାଶିନଗର ବନାଞ୍ଚଳ ଅଧିକାରୀ ସୁଧିର ବେହେରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.