ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଫ୍ୟାଟି ଲିଭର୍‌ କମାଇବ ସପ୍ତାହକୁ ୪ ଘଣ୍ଟାର ବ୍ୟାୟାମ, ସର୍ଭେରୁ ଖୁଲାସା

Published By : Krishna Priya | March 16, 2025 1:56 PM

ଭୁବନେଶ୍ୱର ୧୬/୦୩: ଫ୍ୟାଟି ଲିଭର ଏକ ଗମ୍ଭୀର ସମସ୍ୟା । ଏଥିରେ ଲିଭର୍‌ରେ ଅତିରିକ୍ତ ଫ୍ୟାଟ  ଜମା ହୋଇଯାଇଥାଏ । ଫ୍ୟାଟ୍‌ ବଢିବା ଯୋଗୁ ଲିଭର୍‌କୁ କ୍ଷତି ପହଞ୍ଚିଥାଏ । ଏହି  ସମସ୍ୟା ଧୀର୍ଘଦିନ ରହିବା ଦ୍ୱାରା ଲିଭର୍‌ ସୋରିଆସିସ୍‌ର ଆଶଙ୍କା ବଢିଥାଏ ।   ଏକ ସର୍ଭେରୁ ଜଣାପଡିଛି ଯେ ସପ୍ତାହକୁ ୪ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା  ଫ୍ୟାଟି ଲିଭର୍‌ କମ୍‌ ହୋଇଥାଏ । ଦୁନିଆର ଏକ ଚତୁର୍ଥାଶଂ ଲୋକ ଫ୍ୟାଟି  ଲିଭର୍‌ ସମସ୍ୟାରେ ପୀଡିତ । ଏହା ଲିଭର୍‌ କର୍କଟର ଆଶଙ୍କା ବଢାଇଥାଏ ।   ସାଇକେଲିଂ ଓ ଜଗିଙ୍ଗ୍‌ ଦ୍ୱାରା ଏହି ସମସ୍ୟାକୁ କମ୍‌ କରାଯାଇପାରିବ । ସପ୍ତାହକୁ  ୪ ଘଣ୍ଟା ସାଇକେଲିଂ ବା ଜଗିଙ୍ଗ୍‌ କରିବା ଦ୍ୱାରା ଫ୍ୟାଟି ଲିଭର୍‌ ୩୦ ପ୍ରତିଶତ  ଯାଏ କମିପାରେ । ‘ଏସିଆନ୍‌ ପ୍ୟାସିଫିକ୍‌ ଆସୋସିଏସନ୍‌ ଫର୍‌ ଦ ଷ୍ଟଡି ଅଫ୍‌   ଦ ଲିଭର୍‌’ ପକ୍ଷରୁ ଏହା କୁହାଯାଇଛି । 

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁ ଏହି  ସମସ୍ୟା ତୀବ୍ର ବେଗରେ ବଢିଚାଲିଛି । ଫ୍ୟାଟି ଲିଭର୍‌  ଯୋଗୁ ଲିଭର୍‌ରେ ଯନ୍ତ୍ରଣା, ଲିଭର୍‌ ସୋରିଆସସ୍‌ ଓ ଲିଭର୍‌  କର୍କଟ ହେବାର ଆଶଙ୍କା ବଢିଥାଏ । ସନ୍ତୁଳିତ ଖାଦ୍ୟପାନୀୟ ସାଙ୍ଗକୁ ବ୍ୟାୟାମ କରିବା ଦ୍ୱାରା ମେଟାବୋଲିକ୍‌  ଆସୋସିଏଟେଡ୍‌ ଫ୍ୟାଟି ଲିଭ୍‌ ରୋଗରୁ ମୁକ୍ତି ମିଳିପାରିବ । ଏହି ସମସ୍ୟା  ପ୍ରାୟତଃ ମୋଟା ଲୋକମାନଙ୍କଠାରେ ବେଶୀ ଦେଖା ଦେଇଥାଏ ।  

ନିଜର ଓଜନ ଉପରେ ଲଗାତାର ନଜର ରଖିବା ଜରୁରି । ଯଦି ସମ୍ଭବ ସପ୍ତାହକୁ   ଥରେ ଓଜନ ଯାଞ୍ଚ କରନ୍ତୁ । କମ୍‌ କ୍ୟାଲୋରୀଯୁକ୍ତ ଡାଏଟ୍‌ ନେବା ଜରୁରି । ୫ ପ୍ରତିଶତ  ଓଜନ କମିବା ଦ୍ୱାରା ଲିଭରରୁ ଫ୍ୟାଟ୍‌ କମିବା ସହଜ ହୋଇଥାଏ । ୧୦ ପ୍ରତିଶତରୁ  ଅଧିକ ଓଜନ କମିବା ଦ୍ୱାରା ଲିଭର୍‌ ଫାଇବ୍ରୋସିସ୍‌ରେ ସୁଧାର ଆସିଥାଏ । 

ଗାଇଡ୍‌ ଲାଇନ ଅନୁସାରେ ଶସ୍ୟଜାତୀୟ ଖାଦ୍ୟ, ଡ୍ରାଏ ଫୁଡ୍ସ ଓ ସିଡ୍ସ, ଫଳ  ଓ ପନିପରିବା ଏବଂ ଅଲିଭ୍‌ ଅଏଲ୍‌ଯୁକ୍ତ ଡାଏଟ୍‌ ନେବା ଦ୍ୱାରା ମେଟାବୋଲିକ୍‌  ଆସୋସିଏଟେଡ୍‌ ଫ୍ୟାଟି ଲିଭର୍‌ ଡିଜିଜ୍‌ ରୋଗୀଙ୍କଠାରେ ମଧୁମେହ-୨,  ହୃଦ୍‌ଘାତ, ଫ୍ୟାଟି ଲିଭର୍‌ ଓ ଫାଇବ୍ରୋସିସ୍‌ର ରିସ୍କ କମ୍‌ ରହିଥାଏ ।

ଦିନକୁ ୩ କପ୍‌ କଫି ପିଇବା ଲାଭଦାୟକ ହୋଇଥାଏ । ଏରୋବିକ୍‌ ବ୍ୟାୟାମ   କରିବା ଦ୍ୱାରା ହୃଦ୍‌ସ୍ପନ୍ଦନ ବଢିବା ସହ ମାଂସପେଶୀ ଓ ଅନ୍ୟାନ୍ୟ ଅଙ୍ଗକୁ  ଅମ୍ଲଜାନ ପ୍ରବାହରେ ସୁଧାର ଆସିଥାଏ । ସପ୍ତାହକୁ ୧୩୫ ମିନିଟ୍‌ର  ଏରୋବିକ୍‌ ବ୍ୟାୟାମ ଲାଭଦାୟକ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.