ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଏହି ରୋଗରେ ପୀଡ଼ିତ ଥିଲେ ଥଣ୍ଡା ପାଣିରେ କରନ୍ତୁନି ସ୍ନାନ...ଜାଣନ୍ତୁ

Published By : Anindita Ratha | June 28, 2025 9:28 AM

ଗରମ ପାଣି ଅପେକ୍ଷା ଥଣ୍ଡା ପାଣିରେ ସ୍ନାନ କରିବା ଅଧିକ ଲାଭଦାୟକ ।  ଏଥିରେ ମୁଣ୍ଡରେ ରକ୍ତ ପ୍ରବାହ ଭଲ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।  କିନ୍ତୁ ଥଣ୍ଡା ପାଣିରେ ଗାଧୋଇବା ସମସ୍ତଙ୍କ ପାଇଁ ଠିକ ନୁହଁ । କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ଥଣ୍ଡା ପାଣିରେ ସ୍ନାନ କରିବା କ୍ଷତିକାରକ । ଆସନ୍ତୁ ଜାଣିବା କେଉଁ ମାନେ ଥଣ୍ଡା ପାଣିରେ ଗାଧୋଇବା ଅନୁଚିତ ।

ଆଜମା: ଯଦି ଆଜମା ରୋଗରେ ଯେଉଁମାନେ ପୀଡିତ ଅଛନ୍ତି ସେମାନେ ଥଣ୍ଡା ପାଣିରୁ ଦୂରେଇ ରହିବା ଉଚିତ । ଥାଣ୍ଡା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ରୋଙ୍କୋସ୍ପାଜମ୍ ନାମକ ଏକ ସ୍ଥିତି ହୋଇପାରେ। ଯାହା ଶ୍ୱାସନଳୀକୁ ସଙ୍କୁଚିତ କରିଦିଏ, ଯାହା ଫଳରେ ନିଶ୍ୱାସ ନେବାରେ କଷ୍ଟ ହୁଏ ।

ହୃଦରୋଗ:ଥଣ୍ଡା ପାଣି ହୃଦରୋଗରେ ପୀଡିତ ଲୋକଙ୍କ ପାଇଁ କ୍ଷତିକାରକ । ଏହା ତାଙ୍କର ରକ୍ତବାହୀ ନଳୀକୁ ସଙ୍କୁଚିତ କରିଥାଏ। ଥଣ୍ଡା ପାଣି ରକ୍ତଚାପ ଏବଂ ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି କରିପାରେ। ହୃଦରୋଗ ଏବଂ କରୋନାରୀ ଧମନୀ ରୋଗରେ ପୀଡିତ ଲୋକମାନେ ଥଣ୍ଡା ପାଣିରେ ଗାଧୋଇବା ସମୟରେ ସେମାନଙ୍କର ଲକ୍ଷଣରେ ବୃଦ୍ଧି ହୋଇପାରେ। 

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି: ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ମାନେ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବା ଠାରୁ ଦୂରରେ ରହିବା ଉଚିତ । ଯେଉଁମାନେ ରୋଗରୁ ସୁସ୍ଥ ହେଉଛନ୍ତି କିମ୍ବା କେମୋଥେରାପି ଭଳି ଚିକିତ୍ସା ନେଉଛନ୍ତି, ସେମାନେ ଥଣ୍ଡା ପାଣିର ସଂସ୍ପର୍ଶରୁ ଦୂରରେ ରହିବା ଉଚିତ। ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ଚାପ ପକାଇପାରେ।

ହାଇପୋଥାଇରଏଡିଜିମ: ହାଇପୋଥାଇରଏଡିଜିମରେ ପୀଡିତ ଲୋକମାନେ ଥଣ୍ଡା ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ତେଣୁ, ଥଣ୍ଡା ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇପାରେ। ଏହା ଥକାପଣ ଏବଂ ଥଣ୍ଡା ପ୍ରତି ଅସହିଷ୍ଣୁତା ମଧ୍ୟ ସୃଷ୍ଟି କରିପାରେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.