ନୂଆଦିଲ୍ଲୀ,୦୯/୦୬: ଭାରତୀୟ ସତରଞ୍ଜ ଖେଳରେ ନୂଆ ଯୁଗ ଆରମ୍ଭ ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ୪ ଶ୍ରେଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ଟପ୍‌ ୧୦ ରାଙ୍କରେ ସ୍ଥାନ ପାଇଛି । ଡି.ଗୁକେଶ କୁମାର, ଅର୍ଜୁନ ଏରିଗାଇସି ଏବଂ ଆର ପ୍ରଜ୍ଞାନାନ୍ଦନ ରହିଛନ୍ତି । ଅରବିନ୍ଦ ଚିତାମ୍ଭରମ ୨୭୫୭.୮ ପଏଣ୍ଟ ସହ ନବମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଶୁକ୍ରବାର ଆର୍ମେନିଆର ଜେରମୁକରେ ଷଷ୍ଠ ଷ୍ଟେପାନ ଅଭଗ୍ୟାନ ମେମୋରିଆଲରେ ଅରବିନ୍ଦଙ୍କ ବିଜୟ ପରେ ଏହି ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଅରବିନ୍ଦ ତାଙ୍କ ବନ୍ଧୁ ଆରବି ରମେଶ ଏବଂ ସାଥୀ ପ୍ରଜ୍ଞାନାନନ୍ଦାଙ୍କ ସହ ଟପ୍ ୧୦ରେ ସ୍ଥାନ ପାଇଛନ୍ତି । ରମେଶ ଓ ପ୍ରଜ୍ଞାନାନନ୍ଦାନ ଦୁହେଁ ନବମ ରାଉଣ୍ଡରେ ୬.୫ ପଏଣ୍ଟ ହାସଲ କରିଥିଲେ । କିନ୍ତୁ ଅରବିନ୍ଦ ଅଧିକ ସୋନେବର୍ଣ୍ଣ-ବର୍ଗର ସ୍କୋର ପାଇଁ ଟାଇଟଲ ଜିତିଥିଲେ । ଯାହାକୁ ଟପ୍ ପ୍ରତିନ୍ଦ୍ବନ୍ଦୀଙ୍କ ବିପକ୍ଷରେ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି ।

ଏହା ବି ପଢନ୍ତୁ...ଫ୍ରେଞ୍ଚ୍‌ ଓପନ: ଫାଇନାଲ୍‌ରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍, ଜିତିଲେ କ୍ୟାରିୟର୍‌ର ପଞ୍ଚମ ଗ୍ରାଣ୍ଡ୍‌ସ୍ଲାମ

ବର୍ତ୍ତମାନ ଅର୍ଜୁନ ଏରିଗାଇସି ୨୭୭୮.୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯାହା ଡି.ଗୁକେଶଙ୍କ ନିକଟ (୨୭୭୬.୬) ନିକଟ । ଡି.ଗୁକେଶ ପଞ୍ଚମ ସ୍ଥାନରେ ଅଛନ୍ତି । ପ୍ରଜ୍ଞାନାନନ୍ଦ ଏବେ ୨୭୭୪.୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ୮୩.୫୯ ପଏଣ୍ଟ ସହ ଫିଡେ ସର୍କିଟର ନେତୃତ୍ୱ ନେଉଛନ୍ତି ପ୍ରଜ୍ଞାନାନନ୍ଦ ।