ନୂଆଦିଲ୍ଲୀ : ବେଲଜିୟମର ବୁଗେନହାଉଟରେ ଭୟଙ୍କର ଦୁର୍ଘଟଣା। ମଙ୍ଗଳବାର ସକାଳେ ଏକ ଲେବଲ କ୍ରସିଂରେ ଗୋଟିଏ ସ୍କୁଲ ବସକୁ ଟ୍ରେନ୍ ଜୋରଦାର ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପିଲାଙ୍କ ସହ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି , ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ବେଲଜିୟମର ପରିବହନ ମନ୍ତ୍ରୀ ଜିନ-ଲ୍ୟୁକ୍ କ୍ରୁକ୍ ଆରଟିଏଲକୁ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ସ୍କୁଲ ବସ୍ ଚାଳକ ଓ ବସରେ ବସି ଥିବା ଛାତ୍ରଛାତ୍ରୀଙ୍କ ସହ ଥିବା ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି। ଦୁର୍ଘଟଣା ବ୍ରୁସେଲ୍ସ ଠାରୁ ପ୍ରାୟ ୨୩ କିଲୋମିଟର ଦୂର ବୁଗେନହାଉଟ୍ ଷ୍ଟେସନ ନିକଟରେ ଘଟିଛି।

ଅଧିକାରୀମାନେ ସିସିଟିଭି ଫୁଟେଜ ଯାଞ୍ଚ କରି କହିଛନ୍ତି ଯେ, ଧକ୍କା ହେବା ବେଳେ ଲେବଲ କ୍ରସିଂର ବ୍ୟାରିୟର ତଳେ ଥିଲା। ଏବେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଯାଞ୍ଚ ଏଜେନ୍ସିମାନେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ବେଲଜିୟମର ଆଭ୍ୟନ୍ତରୀଣ ମନ୍ତ୍ରୀ ବର୍ଣ୍ଣାର୍ଡ କ୍ଲିଣ୍ଟିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଶୋକ ବ୍ୟକ୍ତ କରି ଲେଖିଛନ୍ତି ଯେ, ଏହି ଘଟଣାର ଖବର ଶୁଣି ସେ ଖୁବ୍ ମର୍ମାହତ ଓ ଦୁଃଖିତ।

ଦେଖନ୍ତୁ ଏହି ଭିଡ଼ିଓ : Soumya Murder Case: କ୍ରାଇମବ୍ରାଞ୍ଚ ଜାଲରେ ମାଷ୍ଟରମାଇଣ୍ଡ ବିନୋଦ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

କହି ରଖୁଛି ଯେ, ବେଲଜିୟମର ଘନ ରେଲୱେ ନେଟୱର୍କ ଅନେକ ଛୋଟ ଛୋଟ ଗାଁ ଓ ସହର ମଧ୍ୟ ଦେଇ ଯାଇଛି, ଯେଉଁଠି ଲେବଲ କ୍ରସିଂ ଦୁର୍ଘଟଣା ଦୀର୍ଘ ଦିନରୁ ସୁରକ୍ଷା ପାଇଁ ବଡ଼ ଚିନ୍ତା ପାଲଟିଛି। ରେଲୱେ ଅପରେଟର ଇନଫ୍ରାବେଲଙ୍କ ତଥ୍ୟ ଅନୁସାରେ , ୨୦୨୫ ମସିହାରେ ଏମିତି ଦୁର୍ଘଟଣା ଗୁଡ଼ିକରେ ପାଞ୍ଚ ଜଣ ଲୋକଙ୍କ ଜୀବନ ଚାଲି ଯାଇ ଥିଲା ,ଯାହା ୨୦୨୦ ମସିହା ପରେ ସବୁଠୁ କମ୍ ସଂଖ୍ୟା।

ଆହୁରି ମଧ୍ୟ ପଢନ୍ତୁ : Bolangir Accident: ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ଟ୍ରକ୍, ହେଲପର ମୃତ, ଡ୍ରାଇଭର ଗୁରୁତର