ବୈପାରୀଗୁଡା, ୧୬।୨ : ବୈପାରୀଗୁଡା ଥାନା ଅନ୍ତର୍ଗତ ବାଦୁଡ଼ି ପାହାଡରେ ଅଘଟଣ। ମାଛ ଧରିବାକୁ ଯାଇ ପରିବାରର ୪ ନିଖୋଜ । ନିଖୋଜଙ୍କୁ ଖୋଜିବା ପାଇଁ ଘଟଣା ସ୍ଥଳରେ ପହଁଚିଲା ସନ୍ଧନୀ କୁକୁର ସହ ପୋଲିସ ସାଇଣ୍ଟିଫିକ ଟିମ । ନିଖୋଜ ସଦସ୍ୟ ମାନେ ହେଲେ ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ଗାଁର ଲଳିତ ପୂଜାରୀଙ୍କ ସ୍ତ୍ରୀ ଗୁରି ପୂଜାରୀ ଓ ଦୁଇ ନାବାଳିକା ।
ଏହି ପରିବାର ମାଛ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି । ପ୍ରତି ଥର ଭଳି ଗତ ଫେବୃୟାରୀ ୧ ତାରିଖ ଦିନ ଏହି ପରିବାର ଗୁପ୍ତେଶ୍ୱର ବାଦୁଡ଼ପାହାଡ଼ ନିକଟରେ ସାବେରୀ ନଦୀକୁ ଯାଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ସେମାନେ ଫେରିନାହାନ୍ତି । ଏନେଇ ପରିବାର ଲୋକେ ବାଦୁଡ଼ି ପାହାଡ଼ରେ ଖୋଜାଖୋଜି ଆରମ୍ଭ କରିଥିଲେ । ସେହି ସମୟରେ ନଦୀ କୂଳରେ ନିଖୋଜ ଚାରି ସଦସ୍ୟଙ୍କ ଡ୍ରେସ, ମୋବାଇଲ, ଆଧାର କାର୍ଡ ଏବଂ ମାଛ ଜାଲ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନା ଦ୍ୱାରସ୍ତ ହେବା ପରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି l