ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

୪ ଚୋରା ଦେଶୀ ବନ୍ଧୁକ ଜବତ ସହ ଚାରି ଗିରଫ

Published By : Gurupada Nath | August 14, 2025 10:52 PM

ପାଳଲହଡା,୧୪/୮ :  ନିଜ ଘରେ ଚୋରା ଦେଶୀ ବନ୍ଧୁକ ରଖିବା ଅପରାଧରେ ୪ଜଣକୁ ଗିରଫ କରିବା ସହ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ପାଳଲହଡା ପୋଲିସ । ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ପାଳଲହଡା ଥାନା ଅଞ୍ଚଳରେ। 

ସୂଚନା ଅନୁସାରେ, ପାଳଲହଡା ଥାନା ଅଂଚଳରେ ବହୁ ଦିନ ଧରି ଚୋରା ଦେଶୀ ବନ୍ଧୁକ କିଛି ଲୋକମାନେ ରଖିଥିବା ଅଭିଯୋଗ ହୋଇ ଆସୁଥିଲା । ସେହି ଅଭିଯୋଗ ଅନୁଯାୟୀ ଗତ ଜୁନ ମାସରେ ପାଳଲହଡା ଥାନା ଅଂଚଳରୁ  ପୋଲିସ ୩ଟି ବନ୍ଧୁକ ଜବତ କରିବା ସହ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଗୋଟିଏ ଦେଶୀ ବନ୍ଧୁକ କାରଖାନା ମଧ୍ୟ ଠାବ କରିଥିଲା ଖମାର୍ ପୋଲିସ। ବିଶେଷ ସୂତ୍ରରୁ ଖବରପାଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସଡିପିଓ କୈଳାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ବାବଧାନରେ ପାଳଲହଡା ଥାନା ପ୍ରଦୀପ କୁମାର ମହାନ୍ତଙ୍କ ନେତୃତ୍ୱରେ ପାଳଲହଡା ପୋଲିସର ଏକ ସ୍ୱତନ୍ତ୍ର ଟିମ ପାଳଲହଡା ଥାନା ଡ଼ିମିରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳି ଗ୍ରାମ, ସୋଲଡା ଗ୍ରାମ ଓ କୋରଡା ଗ୍ରାମରେ ଆଜି ପୂର୍ବାହ୍ନରେ ଅତର୍କିତ ଚଢ଼ଉ କରି ୪ଟି ଦେଶୀ ଚୋରା ବନ୍ଧୁକ ଜବତ କରିବା ସହିତ ଚୋରା ବନ୍ଧୁକ ରଖିଥିବା ଅଭିଯୋଗରେ ୪ଜଣଙ୍କୁ  ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପାଳଲହଡା ଥାନା ଡ଼ିମିରିଆ ପଂଚାୟତ ସୋଲଡା ଗ୍ରାମର ସୁରେନ୍ଦ୍ର ଦେଓଗାମ (୪୦) କୋରଡା ଗ୍ରାମର ଗୋଲେଖ ବୋଇତା (୬୦) ରେଙ୍ଗାଳି ଗ୍ରାମର ଦୁଇ ଜଣ ସିକୁର ପୂର୍ତ୍ତି (୪୦) ଏବଂ ରେନ୍ସା ହେସା (୨୭) ବୋଲି ପୋଲିସ ସୂଚନା ଦେଇଛି । ପାଳଲହଡା ପୋଲିସ ପକ୍ଷରୁ ଦେଶୀ ବନ୍ଧୁକ ଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.