ଭୁବନେଶ୍ୱର, ୦୧/୦୬: ଭୁବନେଶ୍ବରର ଶିଶୁଭବନ - ରାଜମହଲ ରାସ୍ତାରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟି ହେଲା କାର ଓ ଅଟୋ।ଏଥିରେ ୪ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ୨ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଲା ପୋଲିସ।
ସୂଚନା ମୁତାବକ, ଶିଶୁଭବନ - ରାଜମହଲ ରାସ୍ତାରେ ସିରିଜ୍ ଦୁର୍ଘଟଣା ହୋଇଛି । ହଠାତ୍ ବ୍ରେକ ମାରିବାରୁ ପଛକୁ ପଛ ପିଟିହେଲା କାର୍ ଓ ଅଟୋ । ଫଳରେ ମୋଟ ୪ ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇଜଣଙ୍କୁ ମେଡିକାଲ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ।