ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ ନାଁରେ ପ୍ରାୟ ଦେଢ କୋଟିର ଠକେଇ, ଅଭିଯୁକ୍ତ ଗିରଫ

Published By : Rasmita Pradhan | March 21, 2025 2:30 PM

କଟକ, ୨୧/୦୩ : ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରାଇବାକୁ କହି ପ୍ରାୟ ଦେଢ କୋଟି ଟଙ୍କାର ଠକେଇ ଅଭିଯୋଗ। ଯୁବକଙ୍କୁ ବାନ୍ଧିଲା ଲାଲବାଗ ଥାନା ପୋଲିସ। ଏକାଧିକ ଲୋକଙ୍କୁ ଠକି ଅଏସ୍ କରୁଥିଲେ ଅଭିଯୁକ୍ତ। ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ମାଛଗାଁ ଅଞ୍ଚଳର ଆଶିଷ ଜେନା। ଏକାଧିକ ଘରୋଇ ବ୍ୟାଙ୍କରେ ଥିବା ଆଶିଷଙ୍କ ୬ଟି ଆକାଉଣ୍ଟ ଫ୍ରିଜ୍ କଲା ପୋଲିସ। ଏହା ସହ ଗୋଟିଏ ଦାମୀ କାର୍, ଦୁଇଟି ମୋବାଇଲ ଫୋନ୍ ଓ ଲାପ୍‌ଟପ୍ ଜବତ କରାଯାଇଛି। 

ସୂଚନାନୁଯାୟୀ, ବାଲିକୁଦା ମାଛଗାଁ ଅଞ୍ଚଳର ଆଶିଷ ଜେନା ଏକ ଘରୋଇ ବ୍ୟାଙ୍କରେ କାମ କରୁଛନ୍ତି। ୨୦୨୦ ରୁ ୨୦୨୪ ମସିହା ଭିତରେ ସେ ୩ଟି ବଡ଼ ଆର୍ଥିକ ଠକେଇ ମାମଲାରେ ସମ୍ପୃକ୍ତ ଅଛନ୍ତି। ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ୭୦ ଲକ୍ଷ ୧୨ ହଜାର ୯୬୮ ଟଙ୍କା, କଟକର ଜଣେ ବ୍ୟକ୍ତିଙ୍କ ଠାରୁ ୮୨ ଲକ୍ଷ ୫୨ ହଜାର ୮୩୧ ଟଙ୍କା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ୬ ଲକ୍ଷ ଟଙ୍କାର ଆର୍ଥିକ ଠକେଇ କରିଥିବା ଜଣାପଡିଛି। ଏକାଧିକ ବ୍ୟକ୍ତିଙ୍କ ଠାରୁ ସେ ମୋଟ ଏକ କୋଟି ୫୮ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ ନାଁରେ ଅଭିଯୋଗକାରୀମାନଙ୍କ ଠାରୁ ଏହି ଟଙ୍କା ଆଣିଛନ୍ତି। କିଛି ଅର୍ଥ ବିନିଯୋଗ କରି ବାକି ଟଙ୍କାରେ ଅଏସ୍ କରିଥିବା ଜଣାପଡ଼ିଛି। ଏପରିକି ଏହି ଅର୍ଥରେ ସେ ବିଦେଶ ଭ୍ରମଣ ବି କରିଛନ୍ତି। ଆଇ.ପି.ସିର ଧାରା ୪୧୯,୪୨୦,୪୬୭,୪୬୮ ଏବଂ ୪୬୫ ଅନୁଯାୟୀ ଅଶିଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଶିଷଙ୍କୁ ଏବେ ଲାଲବାଗ ଥାନା ପୋଲିସ ଗିରଫ କରିଛି। ଏନେଇ ତଦନ୍ତ ଜାରି ରହିଥିବା ଆଡିସନାଲ ଡିସିପି କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.