- ରାତିରେ ନିଦ ସମ୍ପୂର୍ଣ୍ଣ ହେଉନି କି ?
- ବାରମ୍ବାର ନିଦ ଭାଙ୍ଗି ଯାଉଛି କି ?
- ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ ?
ନୂଆଦିଲ୍ଲୀ ; ୧୯/୧ : ଦିନକୁ ଦିନ ବଦଳିବାରେ ଲାଗିଛି ଜୀବନଚର୍ଯ୍ୟା । ପ୍ରାୟ ଯୁବପିଢ଼ି ରାତିରେ ଅନିଦ୍ରା ରହି ଦିନରେ ଶୋଇଥାନ୍ତି । ମାତ୍ର କୁହାଯାଏ କି, ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଉପଯୋଗୀ । ଆବଶ୍ୟକ ନିଦ ହେଲେ କିମ୍ବା ରାତି ଅନିଦ୍ରା ଅନେକ ରୋଗର କାରଣ ମଧ୍ୟ ପାଲଟିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବା ଜରୁରୀ । ମାତ୍ର ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଏବଂ କିଛି କାରଣ ପାଇଁ ଏହା ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ଏମିତିକି ରାତିରେ ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗିଯାଇଥାଏ । ଆପଣଙ୍କ କ୍ଷେତ୍ରରେ ଏମିତି କିଛି ଘଟୁଛି କି ? ତେବେ ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ ।
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ନୂତନ ଗବେଷଣା ଅନୁଯାୟୀ, ଏଭଳି ରାତିରେ ବାରମ୍ବାର ନିଦ ଭାଙ୍ଗୁଥିବାର ଲକ୍ଷଣ ବହୁତ ବିପଦଜନକ । ଏଭଳି ହେବା ଦ୍ବାରା ଏହା ରକ୍ତଚାପ ରୋଗର ଆଶଙ୍କା ରହିଥାଏ । ଏହା ମଧ୍ୟ ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଏହାସହ ରିପୋର୍ଟ ପ୍ରକାଶ କରାଯାଇଛି କି, ବାରମ୍ବାର ନିଦରେ ବାଧା ସୃଷ୍ଟି ହେବା ଦ୍ବାରା ଏହା ମଧ୍ୟ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ନିଦ ଅଭାବ ହାର୍ଟ ଉପରେ କଣ ପକାଏ ପ୍ରଭାବ ?
ରାତିରେ ଶୋଇବା ଶରୀର ପାଇଁ ବହୁତ ଉପକାରୀ । ଆମେ ବିଶ୍ରାମ ନେବା ଦ୍ବାରା ଶରୀରର ପ୍ରତ୍ୟେକ ଅଙ୍ଗ ମଧ୍ୟ ବିଶ୍ରାମ ନେଇଥାଏ । ଯେତେବେଳେ ବାରମ୍ବାର ନିଦ ଭାଙ୍ଗିଯାଏ ସେତେବେଳେ ହାର୍ଟ ଉପରେ ଚାପ ପଡ଼ିଥାଏ । ଯାହାଫଳରେ ହୃଦଘାତ ହେବାର ଆଶଙ୍କା ମଧ୍ୟ ରହିଥାଏ । ଯଦି ଜଣେ ବ୍ୟକ୍ତିଙ୍କ ୨୩ଥର ନିଦ ଭାଙ୍ଗେ ତାହେଲେ ସେମାନଙ୍କର ୩୦ ପ୍ରତିଶତ ହୃଦରୋଗ ମଧ୍ୟ ବଢ଼ିଯାଇଥାଏ । ହୃଦରୋଗ ବିଶେଷଜ୍ଞଙ୍କ ମତରେ ଯଦି ଆପଣଙ୍କ ନିଦ ବାରମ୍ବାର ଭାଙ୍ଗିବା ପଛରେ ପ୍ରମୁଖ କାରଣମାନ ରହିଥାଏ । ମାନସିକ ଚାପ ରହିବା ଦ୍ବାରା ବାରମ୍ବାର ନିଦରେ ବାଧା ସୃଷ୍ଟି ହୋଇଥାଏ । ଏପରିକି ନିଦ ମଧ୍ୟ ହୋଇନଥାଏ । ଯାହାକି ମସ୍ତିସ୍କ ଉପରେ ମଧ୍ୟ ଗଭୀରଭାବେ ପ୍ରଭାବ ପକାଇଥାଏ । ମାନସିକ ଚାପ ହୃଦଘାତର ଏକ ବଡ଼ କାରଣ ମଧ୍ୟ ହୋଇଥାଏ । ଏଣୁ ସବୁବେଳେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ ।
କେଉଁମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ
ସ୍ଲିପ୍ ଏପିନିଆରେ ପୀଡ଼ିତ ଲୋକ
ମାନସିକ ଚାପରେ ରହୁଥିବା ଲୋକମାନେ
ଯେଉଁମାନେ ରାତିରେ ମୋବାଇଲ୍ କିମ୍ବା ଟିଭି ଦେଖନ୍ତି
ଏହି ବିପଦକୁ କିପରି ଏଡାଇବା?
ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ଏବଂ ସ୍କ୍ରିନ୍ ଠାରୁ ଦୂରରେ ରୁହନ୍ତୁ
ପ୍ରତିଦିନ ସମାନ ସମୟରେ ଶୋଇବାକୁ ଯିବା ଏବଂ ଉଠିବାର ଅଭ୍ୟାସ କରିବା ଉଚିତ୍
ରାତିରେ ଚା କିମ୍ବା କଫି ପିଅନ୍ତୁ ନାହିଁ
ଚେଷ୍ଟା କରିବେ ମାନସିକ ଚାପ ନନେବାକୁ
ସବୁବେଳେ ଡାକ୍ତରଙ୍କ ସହ ପରାମର୍ଶ କରିବେ
କୌଣସି ରୋଗକୁ ଛୋଟ ଭାବିବା ଭୁଲ୍ । ଏଣୁ ସବୁବେଳେ ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରନ୍ତି ଚେଷ୍ଟା କରିବେ ଡାକ୍ତରଙ୍କ ପରାମର୍ଶ ନେବେ । ନିଜେ ନିଜର ସ୍ବାସ୍ଥ୍ୟ ଉପରେ ଯତ୍ନବାନ ହେବା ଅଧିକ ଗୁରୁତ୍ବବହନ କରେ ।