ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ, ୪ ଅଟକ

Published By : Harapriya Sethi | April 4, 2025 11:19 AM

ଭୁବନେଶ୍ୱର,୦୪/୦୪: ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର । ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ । ମୃତକ ହେଲେ କୋତ୍ତମ ଗ୍ରାମର କାଳିଆ ନାୟକ । ଥାନାରେ ୪ ଜଣଙ୍କୁ ଅଟକ ରଖି ଛାନ୍‌ଭିନ୍‌ କରୁଛି ପୋଲିସ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ସେକ୍ସନ କଦଳିପାଳ ମାନପୁର ଜଙ୍ଗଲରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସଦର ଥାନା କୋତ୍ତମ ଗାଁର ୫ ଜଣ ସାଙ୍ଗ ପ୍ରଶାନ୍ତ ନାଏକ, କାଳିଆ ନାଏକ, ନରେଶ ସ୍ବାଇଁ, ଖଣ୍ଡୁଆ ଦେହୁରୀ ଓ ସନ୍ତୋଷ ନାଏକ ଶିକାର କରିବାକୁ ମନସ୍ଥ କରିଥିଲେ । ଶୁକ୍ରବାର ସକାଳୁ ସମସ୍ତେ ମିଶି ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ସେକ୍ସନ କଦଳିପାଳ ମାନପୁର ଜଙ୍ଗଲକୁ ଯାଇଥିଲେ । ତେବେ ୫ ଜଣ ସାଙ୍ଗ ମିଶି ଶିକାର କରୁଥିବାବେଳେ ଘଟିଲା ଅଘଟଣ । ହଠାତ୍ ପ୍ରଶାନ୍ତଙ୍କ ଗୁଳିରେ ଟଳିପଡିଥିଲେ କାଳିଆ । ସେ ମରିଯାଇଥିବା ଜାଣିବା ପରେ ୪ ସାଙ୍ଗ କାଳିଆଙ୍କ ମୃତଦେହକୁ ଜଙ୍ଗଲରେ ଛାଡି ପଳାଇ ଯାଇଥିଲେ । ଖବର ପାଇ ରାସୋଳ ପୋଲିସ ମାନପୁର ଜଙ୍ଗଲରେ ପହଞ୍ଚିଥିଲା । କାଳିଆଙ୍କ ମୃତଦେହ ଜବତ ପରେ ହିନ୍ଦୋଳ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।ତେବେ ଏହା ଏକ ଦୁର୍ଘଟଣା କି ସୁଚିନ୍ତିତ ହତ୍ୟା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି । ପ୍ରାଥମିକ ତଦନ୍ତ ପରେ ୪ ଜଣଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଚଳାଇଛି ହିନ୍ଦୋଳ ପୋଲିସ । ସେମାନଙ୍କ ନିକଟରୁ ଅଫୁଟା ଗୁଳି ଓ ବନ୍ଧୁକ ଜବତ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.