ନୂଆଦିଲ୍ଲୀ,୦୩/୦୮: ଜୀବନର ମେଳାରେ ତ ଅନେକ ଆସିନ୍ତି..ଆଉ ଚାଲି ଯାଆନ୍ତି...ହେଲେ ବର୍ଷ ବର୍ଷ ପରେ ଯିଏ ପ୍ରତିଶ୍ରୁତି ରଖେ ସିଏ ହିଁ ବନ୍ଧୁ... ଚିନ୍ତା କରେ ହେଲେ ଦେଖାଏ ନାହିଁ... ନିରବାତକୁ ବୁଝେ..କହିବା ଆଗରୁ ହୃଦୟ ପଢିନିଏ । ଜୀବନରମାନେ ବୁଝାଏ ଦିଏ ସେ ଥିଲେ ଜୀବନ ସ୍ବର୍ଗ ହୋଇଯାଏ । କିଛି ଲୋକ କୁହନ୍ତି ବନ୍ଧୁତା ବରାବର ଲୋକଙ୍କ ସହ କରିବା ଦରକାର, ହେଲେ ବନ୍ଧୁତାରେ କୌଣସି ବରାବର ରହିବା କଥା ନୁହେଁ । ପିଢି ପିଢି ପରେ ରହିଥାଏ ସେ ବନ୍ଧୁତା ଡୋରି । ସଙ୍ଗାତ, ବଉଳ, ମକର ସେ ବନ୍ଧୁ ଆମର । ଆଜି ବନ୍ଧୁତା ଦିବସ । ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରହିବାରୁ ବନ୍ଧୁତା ଦିବସ ଭାବରେ ପାଳନ କରାଯାଏ ।
ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟକୁ ସବୁକୁ ପଛରେ ପକାଇଥାଏ ବନ୍ଧୁତ୍ୱ । ଭାଇ, ଭଉଣୀ, ବାପା, ମାଆ ସୁବୁଠୁ ଆଗରେ ଜଣେ ବ୍ୟକ୍ତି ପାଇଁ ବନ୍ଧୁ ହିଁ ସବୁ କିଛି । ସୁଖରେ ଦୁଃଖରେ ସବୁଠି କାନ୍ଧରେ କାନ୍ଧ ମିଶାଇ ବାଟ ଚାଲୁଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ । ସାମାଜିକ ଗଣମାଧ୍ୟମରେ ତ ହଜାର ହଜାର ବନ୍ଧୁତ୍ୱ ସ୍ଥାପନ ହୋଇପାରୁଛି, ତେବେ ଆଜି ବି ଗାଁରେ ସଙ୍ଗାତ, ମଇତ୍ର, ବଉଳ, ମକର ଆଦି ଡାକରେ ବାରିହୁଏ ନିଛକ ବନ୍ଧୁତ୍ୱର ବାସ୍ନା । କାଳ ପରେ କାଳ ଓ ପିଢ଼ି ପରେ ପିଢ଼ି ଏହା ଆମର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ଅନେକ ପରିବାରକୁ ବାନ୍ଧି ରଖିଛି । ଆମ ସମାଜରେ ବନ୍ଧୁ ଓ ସମ୍ପର୍କର ପବିତ୍ର ଧାରା ପ୍ରାଚୀନ କାଳରୁ ରହି ଆସିଛି । ବିଶୁଦ୍ଧ ପବିତ୍ର ଭାବନାରେ ଥିବା ସମ୍ପର୍କର ମୂଲ୍ୟ କେହି ବି ଦେବା ସମ୍ଭବ ନୁହେଁ । ସୁଦାମା-ଶ୍ରୀକୃଷ୍ଣ, ଶ୍ରୀରାମ- ସୁଗ୍ରୀବଙ୍କ ପରି ବନ୍ଧୁଙ୍କ ପବିତ୍ର ଭୂମି ଭାରତ । ସେମିତି ମକର, ସଙ୍ଗାତ, ବଉଳ ପରମ୍ପରାରେ ନା ଥାଏ ଜାତି, ଧର୍ମ, ଧନୀ, ଗରିବର ବାଧା ।
ବନ୍ଧୁତା ଦିବର ଇତିହାସ: ୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ଏହାପରେ ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତା ଦିବସ ରୂପରେ ପାଳନ କରାଯାଉଛି ।
ଜୀବନରେ ବନ୍ଧୁତାର ଆବଶ୍ୟକତା : ଭାରତୀୟ ପରମ୍ପରାର ବନ୍ଧୁତ୍ୱର ଅନେକ କାହାଣୀ ରହିଛି । ବନ୍ଧୁମାନେ ଆମ ଜୀବନର ସୁଖ ଏବଂ ଦୁଃଖର ସାଥି ବୋଲି ବିବେଚନା କରାଯାଏ । ଯେତେବେଳେ ବି ବନ୍ଧୁମାନଙ୍କ କଥା ଆସେ, କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତାର ଉଦାହରଣ ଦିଆଯାଏ । କୃଷ୍ଣ-ସୁଦାମାର ବନ୍ଧୁତା ବନ୍ଧୁ ପ୍ରତି ସଚ୍ଚୋଟତା, ବଳିଦାନ ଏବଂ ସମ୍ମାନର ଭାବନା ଦେଖାଏ, ଯାହା ପ୍ରକୃତ ବନ୍ଧୁଙ୍କର ଉଦାହରଣ ।