ନୂଆଦିଲ୍ଲୀ : ନୂଆ ଆର୍ଥିକ ବର୍ଷ କାଲି ଅର୍ଥାତ୍‌ ୧ ଅପ୍ରେଲରୁ ଆରମ୍ଭ ହେବାକୁ ଯାଉଛି। ଏହି ଫାଇନେନ୍ସିଆଲ ଇୟରର ଆରମ୍ଭ ହେବା କ୍ଷଣି ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ହେବ। ଏଥିରେ ୟୁପିଆଇ ପେମେଣ୍ଟରୁ ନେଇ ବ୍ୟାଙ୍କ ଗୁଡ଼ିକରେ ଅତି କମ୍‌ରେ ପଇସା ରଖିବା ଯାଏ ନିୟମ ସାମିଲ ଅଛି। ଆସନ୍ତୁ ଗୋଟି ଗୋଟି କରି ଜାଣିବା ଏହି ସବୁ ବିଷୟରେ-

୧- ଏହି ୟୁପିଆଇ ଆଇଡିରେ ହେବ ନାହିଁ ପେମେଣ୍ଟ – 

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ୟୁପିଆଇକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛି। ଏହି ଗାଇଡଲାଇନ୍‌ ଅନୁସାରେ, ଏବେ ବ୍ୟାଙ୍କ ଓ ପେମେଣ୍ଟ ସର୍ଭିସ ପ୍ରୋଭାଇଡର (ପିଏସପି)କୁ ପ୍ରତି ସପ୍ତାହରେ ନିଜ ନମ୍ୱରକୁ ଅପଡେଟ୍‌ କରିବାକୁ ହେବ। ଏଥିରେ ସେହି ୟୁପିଆଇ ଆଇଡି ଯାହା ଦୀର୍ଘ ସମୟ ଯାଏ ଆକ୍ଟିଭ୍‌ ନାହିଁ , ତାକୁ ବନ୍ଦ କରାଯାଇ ପାରେ। ଏନସିପିଆଇର ଏହି ଗାଇଡଲାଇନ୍‌ର ପ୍ରୟାସ ଯେ , ଏଥିରେ ଏରର ଫ୍ରି ଟ୍ରାଜାକ୍ସନ କରାଯାଉ। 

୨- ନୂଆ ଜିଏସଟି ନିୟମର ଆରମ୍ଭ – 

ଜିଏସଟି ପୋର୍ଟାଲକୁ ସୁରକ୍ଷିତ କରାଯାଉଛି। ଯେଉଁଥି ପାଇଁ ୧ ଅପ୍ରେଲରୁ ପୋର୍ଟାଲ ଉପରେ ମଲ୍ଟି –ଫ୍ୟାକ୍ଟର ଅଥେଣ୍ଟିକେସନ(ଏମଏଫଏ) ଲାଗୁ ହୋଇଯିବ। ଏହି ବ୍ୟବସ୍ଥାର ଆରମ୍ଭ ହେବାରେ ଟ୍ୟାକ୍ସପେୟର୍ସଙ୍କ ସହ ହେଉଥିବା ଫ୍ରଡ୍‌ରେ ହ୍ରାସ ହୋଇଯାଏ। ଏହା ବ୍ୟତୀତ ଇ-ୱେ ବିଲ୍ସ ଏବେ ତାଙ୍କ ପାଇଁ ଜେନେରେଟ୍‌ କରାଯାଇ ପାରେ, ଯାହାର ବେସ୍‌ ଡକ୍ୟୁମେଣ୍ଟ ୧୮୦ ଦିନରୁ ପୁରୁଣା ହୋଇ ନଥିବ। 

୩- କିଛି କ୍ରେଡିଟ୍‌ କାର୍ଡର ନିୟମରେ ମଧ୍ୟ ହେଉଛି ପରିବର୍ତ୍ତନ –

ଏସବିଆଇ ସିମ୍ପଲକ୍ଲିକ୍‌ ଓ ଏୟାର ଇଣ୍ଡିଆ ଏସବିଆଇ ପ୍ଲାଟିନମ୍‌ କ୍ରେଡିଟ୍‌ କାର୍ଡର ରିୱାର୍ଡ ପଏଣ୍ଟ ସିଷ୍ଟମରେ ଏବେ ପରିବର୍ତ୍ତନ ଦେଖା ଯାଇ ପାରେ। ଆକ୍ସିସ୍‌ ବ୍ୟାଙ୍କ ନିଜର ଭିସ୍ତାରା କ୍ରେଡିଟ୍‌ କାର୍ଡକୁ ଅପଡେଟ୍‌ କରୁଛି। କହି ରଖୁଛୁ , ଭିସ୍ତାରାର ଏୟାର ଇଣ୍ଡିଆରେ ମର୍ଜର ହୋଇ ଯାଇଛି। 

୪- ଏବେ ୧୨ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଫ୍ରି –

ଏମିତି ଲୋକ ଯାହାର ଆୟ ୧୨ ଲକ୍ଷ ଟଙ୍କା ଯାଏ , ତାଙ୍କୁ ଆଗାମୀ ଆର୍ଥିକ ବର୍ଷରୁ କୌଣସି ଟାକ୍ସ ଦେବାକୁ ହେବ ନାହିଁ। ବେତନଭୋଗୀ କର୍ମଚାରୀଙ୍କୁ ୭୫୦୦୦ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମଧ୍ୟ ମିଳିବ। ଯେଉଁଥି ପାଇଁ ନ୍ୟୁ ଟ୍ୟାକ୍ସ ରିଜିମ୍‌ରେ ୧୨.୭୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଫ୍ରି ହୋଇଯିବ। ନ୍ୟୁ ଟ୍ୟାକ୍ସ ରିଜିମ୍‌ ଅନୁସାରେ ଟ୍ୟାକ୍ସ ସ୍ଲାବ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। 

୫- ଏହି ସବୁ ବ୍ୟାଙ୍କ୍‌ ସର୍ବନିମ୍ନ ବାଲାନ୍ସକୁ ବଢାଇଛି- 

ଅଧିକାଂଶ ବ୍ୟାଙ୍କ୍‌ ଯେଉଁଥିରେ ଷ୍ଟାଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ , କାନାରା ବ୍ୟାଙ୍କ୍‌ ୧ଅପ୍ରେଲରୁ ସର୍ବନିମ୍ନ ବାଲାନ୍ସର ଲିମିଟ୍‌କୁ ବଦଳାଉଛି। ଏଥିରୁ କମ୍‌ ପଇସା ରଖିଲେ ଉକ୍ତ ବ୍ୟାଙ୍କ ଗୁଡ଼ିକର ଗ୍ରାହକଙ୍କୁ ପେନାଲ୍ଟି ଦେବାକୁ ହେବ।