ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଜି ଆଲୋକର ପର୍ବ ଦୀପାବଳି, ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍

Published By : Anindita Ratha | October 31, 2024 8:31 AM

ନୂଆଦିଲ୍ଲୀ,୩୧/୧୦: ଆଜି ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଗାଁଠୁ ସହରରେ ଉତ୍ସବର ମାହୋଲ । ସବୁଠି ଲାଗି ରହିଛି ଉତ୍ସାହ ଉଦ୍ଦୀପନା । ରଙ୍ଗୋଲିରେ ସଜେଇ ହୋଇଛି ଘର ଅଗଣା । ବାଣ ଫୁଟାଇ,ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇବେ । ଏଥିପାଇଁ ଘରେ ଘରେ ହୋଇଛି ପ୍ରସ୍ତୁତି । ଅପେକ୍ଷା ରହିଛି କେବେ ସନ୍ଧ୍ୟା ହେବ ? ଆଉ ଚିକିମିକ ଆଲୁଅରେ ଝଲସି ଉଠିବ ପୁରପଲ୍ଲୀ । ଏଥର ଗ୍ରୀନ କ୍ରାକର ସହ ମାଟି ଦୀପର ରହିଛି ବେଶ ଚାହିଦା । ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ କୁବେର ଦେବଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ବିଶ୍ୱାସ କରାଯାଏ ଯେ ଏହି ଦେବତା ଏବଂ ଦେବୀଙ୍କୁ ପୂଜା କରି ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଯାଏ। 

ମହାକାବ୍ୟ ରାମାୟଣ ଅନୁଯାୟୀ, ଏହି ଦିନ ଭଗବାନ ରାମ ରାବଣକୁ ପରାସ୍ତ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ। ତେଣୁ ଅଯୋଧ୍ୟା ଲୋକମାନେ ଏହି ଦିନ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ। କେତେକ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦୀପାବଳୀରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ଏବଂ ଆଶୀର୍ବାଦ ପାଇବା ପାଇଁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀ ଭକ୍ତଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ସୁଖ ଏବଂ ସମୃଦ୍ଧତା ଆଶୀର୍ବାଦ କରନ୍ତି। ଏହି ଦିନଟି ହେଉଛି ଅମାବାସ୍ୟା ତିଥି, ତେଣୁ ଦୀପାବଳିରେ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଭଗବାନ ଗଣେଶ ଏବଂ କୁବେର ଜୀଙ୍କୁ ପୂଜା କରିବାର ମଧ୍ୟ ମହତ୍ତ୍ବ ରହିଛି।  ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଦୀପାବଳି ଅମାବାସ୍ୟା ରାତିରେ ପାଳନ କରାଯାଏ। ତେଣୁ ନକାରାତ୍ମକତାକୁ ଦୂର କରିବା ପାଇଁ ଏହି ଦିନ ଦୀପ ଜାଳିବା ଅତ୍ୟନ୍ତ ଶୁଭ ଅଟେ । 

ଦୀପାବଳିରେ ଦୀପକୁ ବେଶୀ ପ୍ରାଧାନ୍ୟ ଦିଆଯାଏ । ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୁଏ । ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ । ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିବେ । ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ୁଆଙ୍କୁ ଡକାଯିବାର ପରମ୍ପରା ରହିଛି । ସେହିଭଳି ଆଜିଠୁ ଆରମ୍ଭ ହେଉଛି କାଳୀପୂଜା । ଏଥି ପାଇଁ ବିଭିନ୍ନ ଶକ୍ତିପୀଠରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମା ଭଦ୍ରକାଳୀ, ମା ଦକ୍ଷିଣକାଳୀ , ମା ଶ୍ୟାମାକାଳୀଙ୍କ ପାଖରେ ହେବ ପୂଜାର୍ଚ୍ଚନା । ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ବଦ୍ଧ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି ମୋଦି ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖମୟ ଏବଂ ସୌଭାଗ୍ୟ କାମନା କରିଛନ୍ତି । ଏହା ସହିତ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ କୃପା ସମସ୍ତଙ୍କ ଉପରେ ରହୁ ବୋଲି କାମନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.