ନୂଆଦିଲ୍ଲୀ: ୧ ଜୁଲାଇରୁ ଏଲପିଜି ସିଲିଣ୍ଡରକୁ ନେଇ ଅନେକ ନିୟମ ବଦଳୁଛି। ଏହି କାରଣରୁ ପୂର୍ବରୁ ଥିବା ସେହି ଗ୍ରାହକଙ୍କ କନେକ୍ସନ ବନ୍ଦ ହୋଇପାରେ, ଯେଉଁ ଗ୍ରାହକଙ୍କ ପାଖରେ ପୂର୍ବରୁ ପିଏନଜି ଓ ଏଲପିଜି କନେକ୍ସନ ରହିଛି। ଅନ୍ୟପଟେ,ଇ-କେୱାଇସି କରି ନଥିବା ଗ୍ରାହକଙ୍କୁ ମଧ୍ୟ ୧ ଜୁଲାଇରୁ ଏଲପିଜି ସିଲିଣ୍ଡର ମିଳିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ। ଆସନ୍ତୁ ଜାଣିବା ଏଲପିଜି ସିଲିଣ୍ଡର ସହ ଥିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ।
ଗତ ମାସରେ କେନ୍ଦ୍ର ସରକାର ଏଲପିଜି (ରେଗୁଲେସନ ଅଫ୍ ସପ୍ଲାଇ ଆଣ୍ଡ ଡିଷ୍ଟ୍ରିବ୍ୟୁସନ) ଆମେଣ୍ଡମେଣ୍ଟ ଅର୍ଡର ୨୦୨୬କୁ ବାଧ୍ୟତାମୂଳକ ଲାଗୁ କରି ଥିଲେ। ଏହି ନିୟମାନୁସାରେ, ଯେଉଁ ବ୍ଯକ୍ତିଙ୍କ ପାଖରେ ପିଏନଜି କନେକ୍ସନ ଅଛି, ତାଙ୍କର ଇଣ୍ଡେନ, ଏଚପି ଓ ଭାରତ ଗ୍ୟାସ୍ କନେକ୍ସନ ୩୦ ଦିନରେ ବନ୍ଦ ହୋଇ ଯିବ।
ଯଦି ଗ୍ରାହକ ନିଜେ ନିଜର ଏଲପିଜି କନେକ୍ସନ ବନ୍ଦ କରାଇ ଥାନ୍ତି, ତ ତାଙ୍କୁ କୁପନ ଦିଆଯିବ। ଯେଉଁଥିରେ ସେ ଭବିଷ୍ୟତରେ ଆବଶ୍ୟକ ହେଲେ ଏଲପିଜି କନେକ୍ସନ ନେଇ ପାରିବେ। ମାର୍ଚ୍ଚ ମାସରେ ସରକାର କହିଥିଲେ, ଯେଉଁ ସ୍ଥାନରେ ପିଏନଜିର ଇନଫ୍ରାଷ୍ଟ୍ରକଚର ଅଛି, ସେଠାରେ ସବୁ ଏଲପିଜି ଗ୍ରାହକଙ୍କୁ ୩ ମାସ ଭିତରେ ପିଏନଜି କନେକ୍ସନ ନେବାକୁ ହେବ। ଯଦି ସେ ଏମିତି ନକରନ୍ତି ତ ସେହି ସ୍ଥିତିରେ ତାଙ୍କର ଏଲପିଜି କନେକ୍ସନ ବନ୍ଦ କରିଦିଆ ଯିବ। ଯଦି ଆପଣଙ୍କ ଅଞ୍ଚଳରେ ପିଏନଜି କନେକ୍ସନ ଅଛି, ତ ଯେତେ ଶୀଘ୍ର ସମ୍ଭବ ଏହି ସୁବିଧାର ଲାଭ ନିଅନ୍ତୁ। କହି ରଖୁଛୁ କି, ମାର୍ଚ୍ଚ ମାସରେ ସ୍ଥିର କରାଯାଇ ଥିବା ତିନି ମାସର ଡେଡଲାଇନ ଜୁନ ୨୦୨୬ରେ ସମାପ୍ତ ହୋଇ ପାରେ।
ସରକାର ସମସ୍ତ ଏଲପିଜି କନେକ୍ସନ ଧାରକଙ୍କ ପାଇଁ ଇ-କେୱାଇସି ଜରୁରୀ କରି ଦେଇଛନ୍ତି। ସମସ୍ତ ଏଲପିଜି କନେକ୍ସନଧାରକଙ୍କୁ ୩୦ ଜୁନ ୨୦୨୬ ପୂର୍ବରୁ ନିଜ ଇ-କେୱାଇସିର ପ୍ରକ୍ରିୟାକୁ ସାରିବାକୁ ପଡ଼ିବ। ଯଦି ଏମିତି ନକରନ୍ତି ତ ଏହି ସ୍ଥିତିରେ ତାଙ୍କର କନେକ୍ସନ ବନ୍ଦ ହୋଇପାରେ।
ଆହୁରି ମଧ୍ୟ ପଢନ୍ତୁ : Bangladeshi Hindu Family Arrested : ଅବୈଧ ଉପାୟରେ ଭାରତ ଆସି ଥିଲେ : ବାଙ୍କା ମନ୍ଦିରରେ ରହୁଥିବା ବାଂଲାଦେଶୀ ଦମ୍ପତି ଗିରଫ , ଚାଇଲ୍ଡ ହୋମକୁ ଗଲେ ଦୁଇ ନାବାଳକ