ଭୁବନେଶ୍ୱର ୧୯/୦୫: ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ। କୃଷି ବିଭାଗ ଉପରେ ପଡିଛି ତୈଳ ସଙ୍କଟ ପ୍ରଭାବ। ଆମକୁ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ପଡ଼ିବ। ଖାଇବା ତେଲ ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ତେଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆଜି ଭାରତ ରେକର୍ଡ ଆମଦାନୀ କରୁଛି। ଓଡ଼ିଶା କୃଷି ପ୍ରଧାନ ରାଜ୍ୟ। ରାଜ୍ୟରେ ୨୧ ଲକ୍ଷ ହେକ୍ଟର ଡାଲି ଜାତୀୟ ଚାଷ ହେଉଛି।

ରବି ଫସଲରେ ଅନ୍ୟ ରାଜ୍ୟ ଇନପୁଟ ସବସିଡି ଦିଅନ୍ତି ନାହିଁ। ହେଲେ ଆମେ ଦେଉଛି। ରାଜ୍ୟରେ ଧାନ ଉତ୍ପାଦନ ବଢିଛି । ଆଉ ରଖିବା ପାଇଁ ଜଗା ନାହିଁ। ଆଗକୁ ସ୍ଥିତି ଜଟିଳ ହୋଇପାରେ। ଦେଶରେ ରାଜ୍ୟ ଧାନ ଉତ୍ପାଦନରେ ଦ୍ବିତୀୟ ସ୍ଥାନରେ ଅଛି। ହେଲେ ଏହାକୁ ରଖିବା ପାଇଁ ଜଗା ନାହିଁ। ପୂର୍ବରୁ କେରଳ ଓ ବିହାର ଆମଠାରୁ ଚାଉଳ ନେଉଥିଲେ। ଏବେ ତାଙ୍କର ଉତ୍ପାଦନ ବଢିଛି। ତେଣୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି କିପରି ଅନ୍ୟ ରାଜ୍ୟକୁ ଚାଉଳ ଦିଆ ଯାଇପାରିବ। କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଏହାର ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ୟା ସମାଧାନ ନ ହେଲେ ଆଗକୁ ରାଜ୍ୟ ପାଇଁ ସମସ୍ୟା ବଢ଼ିପାରେ।

 

ଏବେ ଅର୍ଗାନିକ ଭୋଗ ଶ୍ରୀମନ୍ଦିରରେ ଲାଗୁଛି। କୃଷକ ସମୃଦ୍ଧ ଯୋଜନାକୁ ଆମେ ନୂଆ କରି ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି। ପୂର୍ବ ସରକାର ଶୀତଳ ଭଣ୍ଡାର କଥା ଚିନ୍ତା କରି ନଥିଲେ।ହେଲେ ଆମ ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରାଯାଉଛି। ଆଗାମୀ ଦୁଇ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି।

ଅଧିକ ପଢ଼ନ୍ତୁ :-  Naveen Pattnaik: ଓଡ଼ିଶା ଦେଖୁଛି ଅରାଜକତାର ଭୟଙ୍କର ଚିତ୍ର, ରାଜ୍ୟବାସୀ ବିଚଳିତ, ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ