ଭୁବନେଶ୍ବର,୧୯/୦୫: ରାଜ୍ୟ ଦେଖୁଛି ଅରାଜକତାର ଭୟଙ୍କର ଚିତ୍ର । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବାଲିଅନ୍ତା ପରେ ବ୍ରହ୍ମପୁର ଅମାନୁଷିକ କାଣ୍ଡ । ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି ।
କୁଆଡ଼େ ଯାଉଛି ପୁଲିସ ପ୍ରଶାସନ ? କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା ? ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ ? ମିଛ ବାହାରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି । ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ । ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ବିଟ୍ କହିଛନ୍ତି ।
ଅଧିକ ପଢନ୍ତୁ- Berhampur Crime: ଏନ୍କାଉଣ୍ଟର୍ ପରେ ବି ଡର ନାହିଁ... ଜନାକୀର୍ଣ୍ଣ ରାସ୍ତାରେ ଆତଙ୍କରାଜ, ଯୁବକ, ବାନ୍ଧବୀଙ୍କୁ ଘେରି ପିଟିଲେ ଦୁର୍ବୃତ୍ତ