ନୂଆଦିଲ୍ଲୀ, ୬।୯: ବଦଳୁଛି ଆମେରିକା ରାଷ୍ଟ୍ରପତିଙ୍କ ମୁଡ୍ କେତେବେଳେ ଧମକ ତ ପୁଣି ପ୍ରଶଂସା ଭାରତ ସହ ସ୍ୱତନ୍ତ୍ର ସମ୍ପର୍କ ଅଛି, ପିଏମ୍‌ ମୋଦି ମହାନ ବୋଲି କହିଲେ ଆମେରିକା ରାଷ୍ଟ୍ରପତି । ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ମଧ୍ୟରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା । । ମୋଦିଙ୍କୁ ‘ଜଣେ ମହାନ ପ୍ରଧାନମନ୍ତ୍ରୀ’ କହି ସେ ପ୍ରଶଂସା କରିଥିଲେ । ସେ କହିଥିଲେ ମୋଦିଙ୍କ ସହ ତାଙ୍କ ବନ୍ଧୁତ୍ୱ ସବୁବେଳେ ରହିବ । ଦୀର୍ଘ ଦିନର ତିକ୍ତତା ଓ ଟାରିଫ୍‌ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଥିଲା । ସେ ମୋଦିଙ୍କ ସହ "ସର୍ବଦା ବନ୍ଧୁ ରହିବେ" ବୋଲି କହିବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି । କେବଳ ସେତିକି ନୁହେଁ ଆମେରିକା ଓ ଭାରତର ଗଭୀରତମ ସମ୍ପର୍କ ବିଷୟରେ ବି ଟ୍ରମ୍ପ୍‌ ଆଲୋକପାତ କରିଥିଲେ । ଯାହା ଉପରେ ମୋଦି ପ୍ରତିକ୍ରିୟା ରଖିଛନ୍ତି ।

ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଦେବାର ମାତ୍ର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ମୋଦି କହିଛନ୍ତି ଯେ, ‘‘ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ମୁଁ ସମ୍ମାନ ଜଣାଇଛି ଏବଂ ତାଙ୍କ ଭାବପ୍ରବଣତା‌ରେ ମୁଁ ସଂପୂର୍ଣ୍ଣ ସହମତ’’ ମୋଦି ଏକ୍ସ ପୋଷ୍ଟ ଜରିଆ‌ରେ କହିଛନ୍ତି ‘‘ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି"

ଅନ୍ୟପଟେ ଟ୍ରମ୍ପ ନିଜ ମନ୍ତବ୍ୟରେ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ, ସେ ଭାରତ ସହିତ ପୁଣି ଥରେ ଭଲ ସମ୍ପର୍କ ରଖିବାକୁ ପ୍ରସ୍ତୁତ କି ? କାରଣ ଶୁଳ୍କ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗତ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ଟ୍ରମ୍ପ ଏହାର ଉତ୍ତରରେ କହିଛନ୍ତି, ଭାରତ ରୁଷଠାରୁ ପ୍ରଚୁର ତେଲ କିଣୁଥିବାରୁ ଏଥିପାଇଁ ସେ ବହୁତ ନିରାଶ । ଆମେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛୁ । ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଭଲ ସମ୍ପର୍କ ଅଛି । ସେ କିଛି ମାସ ପୂର୍ବରୁ ଏଠାକୁ ଆସିଥିଲେ । ଏହା ଦେଖାଯାଉଛି ଯେ, ଆମେ ଭାରତ ଏବଂ ରୁଷକୁ ଚୀନ୍ ପାଖରେ ହରାଇ ଦେଇଛୁ ।