ଫୁଲବାଣୀ,୫/୬: କଂଗ୍ରେସକୁ ବାହୁଡିଲେ ଜି.ଉଦୟଗିରି ଏନଏସି ୮ ନମ୍ବର ୱାର୍ଡର କାଉନସିଲର ଜାକେଶ ପ୍ରଧାନ। ତାଙ୍କ ସହିତ ଜି.ଉଦୟଗିରି ବ୍ଲକର ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁଙ୍କୁ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଯୁବନେତା ପ୍ରତାପ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ଉଭୟ ନେତା ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ। ପରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଭେଟି କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରି ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ କରିବେ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ, ଗତ ନିର୍ବାଚନ ସମୟରେ ଜାକେଶ ଏବବଂ ସଦାନନ୍ଦ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ। ସେମାନଙ୍କୁ ପୁଣି ଦଳକୁ ଫେରାଇ ଆଣିଥିବାରୁ ରାଜ୍ୟ ସଭାପତି ଶ୍ରୀ ଦାସଙ୍କ ସମେତ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲିକ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ପ୍ରମୁଖ ଯୁବ ନେତା ପ୍ରତାପ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।