ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭଙ୍ଗାଯିବ ଐତିହାସିକ ‘ଦ ଗାବା’ ଷ୍ଟାଡିୟମ, ଜାଣନ୍ତୁ ସରକାର କ’ଣ ପାଇଁ ନେଲେ ନିଷ୍ପତ୍ତି

Published By : Gurupada Nath | March 25, 2025 6:02 PM

ନୂଆଦିଲ୍ଲୀ,୨୫/୩ : ଅଷ୍ଟ୍ରେଲିଆ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଖଃ ଖବର । ଭାଙ୍ଗିବ ଐତିହାସିକ ‘ଦ ଗାବା’ ଷ୍ଟାଡିୟମ । ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡ ଭଳି ସାଧାରଣତ ଗାବା ଷ୍ଟାଡିୟମ ନାମରେ ବି ଜଣାଶୁଣା । ଏହା ଭାଙ୍ଗିବାକୁ ଯାଉଛି । ଆଜ୍ଞା ହଁ ଏହି ଐତିହାସିକ କ୍ରିକେଟ ଷ୍ଟାଡିୟମକୁ ଧ୍ବସଂ କରିଦିଆଯିବ । ଏହା ସେହି ଷ୍ଟାଡିୟମ ଅଟେ ଯେଉଁଠାରେ ୨୦୨୧ରେ ଋଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଏକ ରୋମାଞ୍ଚକର ବିଜୟୀ ମ୍ୟାଚ୍ ଖେଳିଥିଲେ । ଏହି ବିଜୟୀ ପରେ ପୂର୍ବତନ ବୋଲର ବିବେକ ରାଜଦାନଙ୍କ ଦ୍ବାରା କୁହାଯାଇଥିବା ଶଦ୍ଦ ‘ଭାଙ୍ଗି ଯାଇଛି ଗାବାର ଅହଙ୍କାର’ ସବୁ ଭାରତୀୟ ଫ୍ୟାନ୍ସଙ୍କ ହୃଦୟରେ ବସିଯାଇଥିଲା । କିନ୍ତୁ ଗାବା ଷ୍ଟାଡିୟମକୁ କ’ଣ ପାଇଁ ଭଙ୍ଗାଯିବ ଆସନ୍ତୁ ଜାଣିବା। 

ଗାବା ଷ୍ଟାଡିୟମକୁ ଗତ କିଛି ବର୍ଷ ହେବ ନିଜର ପୁରୁଣା ଢାଞ୍ଚା ଏବଂ ସୀମିତ କ୍ଷମତା ସମ୍ପର୍ଣ୍ଣ କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ଷ୍ଟାଡିୟମକୁ ୨୦୩୨ ଅଲମ୍ପିକ ଏବଂ ପାରାଅଲମ୍ପିକ ଗେମ୍ସ ପରେ ଭାଙ୍ଗି ଦିଆଯିବ । କ୍ବିସଲ୍ୟାଣ୍ଡ ଏହି ଘୋଷଣା କରିଛନ୍ତି କି ଗାବା ଷ୍ଟାଡିୟମକୁ ଧ୍ବସ୍ତ କରିବା ପରେ ଭିକ୍ଟୋରିୟା ପାର୍କରେ ଏକ ୬୩ହଜାର ଆସନାଧିନ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯିବ । ଏହି ନିଷ୍ପତ୍ତି ଅଷ୍ଟ୍ରେଲିଆ ଖେଳ ଜଗତ ପାଇଁ ଏକ ବଡ଼ ନିଷ୍ପତ୍ତି ।

ଏହି ଷ୍ଟାଡିୟମ ଐତିହାସକ ରହିଛି । ଏଠାରେ କେତେକ କେଟ ମ୍ୟାଚ୍ ସହ ଅଷ୍ଟ୍ରେଲିଆ ଫୁଟବଲ ଲିଗର ମ୍ୟାଚ୍ ବି ଖେଳାଯାଇଛି । କିନ୍ତୁ ସରକାର ନିଷ୍ପତ୍ତି ନେଇଛନ୍ତି କି ଏଠାରେ ସୁବିଧାସୁଯୋଗକୁ ଭଲ କରାଯିବ, ଯାହା ନାହିଁ । ଏହି ଷ୍ଟାଡିୟମକୁ ନୂଆ ରୂପରେ ପ୍ରସ୍ତୁତ କରାଯିବ, ଯାହା କି କ୍ରିକେଟ ମ୍ୟାଚ୍ ସହ ଅନ୍ତରାଷ୍ଟ୍ରୀୟ ଖେଳ ଏବଂ ଫୁଟବଲ ଲିଗ୍ ମ୍ୟାଚକୁ ଧ୍ୟାନରେ ରଖାଯାଇ କରାଯିବ । ଏହି ଷ୍ଟାଡିୟମକୁ ନିର୍ମାଣ କରିବାକୁ ପ୍ରାୟ ୩.୮ବିଲିୟନ ଅଷ୍ଟ୍ରେଲିଆ ଡଲାର ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.